ପୋଖରୀରେ ଭାସୁଛି କଲେଜ ଛାତ୍ରୀଙ୍କ ମୃତଦେହ, ୫ ଦିନ ହେଲା ଥିଲେ ନିଖୋଜ

Published By : Prameya-News7 Bureau | March 12, 2020 IST

ଦେବଗଡ ୧୨।୩: ପୋଖରୀରେ ଭାସୁଛି କଲେଜ ଛାତ୍ରୀଙ୍କ ଶବ । ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଧୀରମୁଣ୍ଡା ଗ୍ରାମରେ ଘଟିଛି ଘଟଣା । ମୃତ କଲେଜ ଛାତ୍ରୀ ହେଲେ ଧୀରମୁଣ୍ଡା ଗ୍ରାମର ରିଙ୍କିରାଣୀ ଧୀର ।

{"id":237019,"sizeSlug":"large"}

ଛାତ୍ରୀ ଜଣଙ୍କ ରେଙ୍ଗାଳି ପବିତ୍ରମୋହନ କଲେଜ ଯୁକ୍ତ ୩ ଦ୍ବିତୀୟ ବର୍ଷରେ ପଢୁଥିଲେ । ଗତ ୫ ଦିନ ହେଲା ସେ ଘରୁ ନିଖୋଜ ଥିଲେ । ଗ୍ରାମ ନିକଟସ୍ଥ ପଥର ଖାଦାନ ପୋଖରୀରୁ ଶବ ଉଦ୍ଧାର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.