ଯୁବତୀଙ୍କୁ ଅସଦାଚରଣ : ମାଡ ମାରି ଲହୁଲୁହାଣ କରି ଦୁର୍ବୃତ୍ତ ଫେରାର, ୨ଘଣ୍ଟା ପରେ ପୋଲିସ କଲା ଉଦ୍ଧାର

Published By : Prameya-News7 Bureau | October 27, 2019 IST

କୋଣାର୍କ ୨୭|୧୦: ଆଜି ସକାଳ ୭ଟା ସମୟରେ ଗୋପ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ଦୁର୍ବୃତ୍ତ  ମାଡ ମାରି ଲହୁଲୁହାଣ କରି ରାଜରାସ୍ତାରେ ଫୋପାଡ଼ି ଦେଇଛି । ଘଟଣାଟି ଘଟିଛି ଗୋପ ଥାନା ଅଧୀନ ନାଗପୁର -ନୟାହାଟ ରାସ୍ତାର ଏରବଙ୍ଗ ଗ୍ରାମ ନିକଟରେ।

{"id":175535}

ଅଭିଯୋଗ ମୁତାବକ ଗୋପ ଥାନା ଅଧୀନ ବୀରତୁଙ୍ଗ ପଞ୍ଚାୟତ ଗିରିମା ଗ୍ରାମର ଜଣେ ଛାତ୍ରୀଙ୍କୁ ଏହି ଥାନା ଅଧୀନ ଏରବଙ୍ଗ କୋଠମୂଳ ଗ୍ରାମର ଜଣେ ଯୁବକ ତାର କିଛି ସହଯୋଗୀଙ୍କ ସହ ମିଶି ବିଭିନ୍ନ ସମୟରେ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଆସୁଥିଲା । କେବଳ ସେତିକି ନୁହେଁ ବିଭିନ୍ନ ସମୟରେ ଫୋନ କରି ହଇରାଣ କରିଆସୁଥିଲେ । ଏପରିକି ରାତିରେ ଫୋନ କରି ରାତ୍ରି ବିତାଇବାକୁ ମଧ୍ୟ କହୁଥିଲା ।

{"id":175536}

ଏଥିରେ ରାଜି ନହେବାରୁ ଗତ କାଲି ଛାତ୍ରୀ କୋଣସି କାର୍ଯ୍ୟରେ ଗୋପ ଆସି ଘରକୁ ଫେରୁଥିବା ସମୟରେ ସଂପୃକ୍ତ ଯୁବକ ଓ ତାର ସହଯୋଗୀମାନେ ଛାତ୍ରୀଙ୍କୁ ବାଟରେ ଅଟକାଇ ଅଶ୍ଲୀଳ ଆଚରଣ କରିବା ସହ ସ୍କୁଟିରୁ ଠେଲି ଖଣ୍ଡିଆ ଖାବରା କରିଦେଇଥିଲେ।

{"id":175537}

ଆଜି ସକାଳୁ ଛାତ୍ରୀ  ଏବଂ ତାଙ୍କ ମା  ଏକ ସ୍କୁଟି ଯୋଗେ ଗୋପ ନିକଟସ୍ଥ ବେଗୁନିଆ ଛକକୁ ପରିବା କିଣିବାକୁ ଆସୁଥିବା ସମୟରେ ଏହି ଯୁବକ ତାର ୪ଜଣ ସହଯୋଗୀ ଓ ଦୁଇ ଭଉଣୀ ମିଶି ଛାତ୍ରୀଙ୍କୁ ରାଜରାସ୍ତାରେ ମାଡ ମାରି ଲହୁଲୁହାଣ କରି ରାସ୍ତାରେ ଫୋପାଡ଼ି ଦେଇ ଚାଲିଯାଇଥିଲେ।

{"id":175538}

ଏହି ଘଟଣାକୁ ଶହ ଶହ ଲୋକ ଦେଖୁଥିଲେ ମଧ୍ୟ ସେମାନେ କେବଳ ଦେଖଣାହାରି ସାଜିଥିଲେ। ପ୍ରାୟ ୨ଘଣ୍ଟା ଧରି ରାଜରାସ୍ତାରେ ଯୁବତୀ ଜଣକ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ବେଳେ ଖବର ପାଇ କେତେକ ଗଣମାଧ୍ୟମ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚି ଗୋପ ଥାନାକୁ ଖବର ଦେବାପରେ ଗୋପ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀ ଙ୍କୁ ଉଧାର କରି ଗୋପ ଡାକ୍ତରଖାନା ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ।

{"id":175539,"width":571,"height":423}

ଏନେଇ ଗୋପ ଥାନାରେ ଯୁବତୀ ଜଣକ ଅଭିଯୋଗ କରିଥିବା ବେଳେ ଅନ୍ୟ ପକ୍ଷରେ ତାଙ୍କ ବାପା ମଧ୍ୟ ଏକ ଏତଲା କରିଛନ୍ତି। ଏ ନେଇ ଗୋପ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି। ହେଲେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ମହିଳା, ଯୁଵତୀ, ନାବାଳିକା ମାନଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଆଇନ ଓ ପଦକ୍ଷେପ ନେଉଛନ୍ତି ।ହେଲେ ଆଜି ସକାଳୁ ଜଣେ ଯୁବତୀଙ୍କୁ ଦୁର୍ବୃତ୍ତ ସର୍ବସମ୍ମୁଖରେ ମାଡ ମାରି ରାଜରାସ୍ତାରେ ଫୋପାଡ଼ି ଦେବା ଘଟଣା ଏ ସମସ୍ତ ପଦକ୍ଷେପକୁ  ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏପଟେ ଘଟଣା ର ତଦନ୍ତ କରାଯାଇ କାର୍ଯ୍ୟ ନୁଷ୍ଠାନ ନିଆଯିବ ବୋଲି ଗୋପ ଥାନା ଅଧିକାରୀ  କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.