କଲେଜ ପରିସରରୁ ପାଣି ନିଷ୍କାସନ ଦାବିରେ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | November 16, 2019 IST

ପଟ୍ଟାମୁଣ୍ଡାଇ ୧୬।୧୧: ରାଜକନିକା  ଏସଏନ କଲେଜ ପରିସରରୁ ପାଣି ନିଷ୍କାସନ ଦାବିରେ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ । ପଟ୍ଟାମୁଣ୍ଡାଇ -ଚାନ୍ଦବାଲି ମୁଖ୍ୟ ରାସ୍ତାରେ ଯାତାୟତ ଠପ୍ ।

{"id":184996,"sizeSlug":"large"}

ସୂଚନାଯୋଗ୍ୟ ଯେ , କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ରାଜକନିକା  ଏସ ଏନ କଲେଜରେ ବାତ୍ୟା ବୁଲବୁଲ ପ୍ରଭାବ ବର୍ଷାରେ କଲେଜ ପରିସରରେ ବର୍ଷା ପାଣି ଜମି ରହିଛି । କିନ୍ତୁ କଲେଜ ପରିସରରେ ପାଣି ଜମି ରହିବାରୁ ଛାତ୍ର ଛାତ୍ରୀ ମାନେ ଯିବା ଆସିବା ସହିତ ପାଠ ପଢ଼ାରେ ଅସୁବିଧା ହେଉଛି । ଛାତ୍ରଛାତ୍ରୀମାନେ ଆଜି ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ ହେତୁ ଶହ ଶହ ଗାଡି ଅଟକି ରହିବା ସହିତ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.