କଲେଜ ଛାତ୍ରକୁ ଅପହରଣ କରି ଲୁଟପାଟ ପରେ ଛାଡିଦେଇଛନ୍ତି ଦୁର୍ବୁର୍ତ୍ତ
24/08/2018 at 4:28 AM

ସାଲେପୁର ୨୪/୮ : ଲୁଟର ନୂଆ ତରିକା । କଲେଜ ଛାତ୍ରକୁ ଅପହରଣ କରି ଲୁଟପାଟ ପରେ ଛାଡିଦେଇଛନ୍ତି ଦୁର୍ବୁର୍ତ୍ତ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ରେ।ଆଜି ସକାଳ ସମୟରେ ସାଲେପୁର କଲେଜର ଯୁକ୍ତ ୩ର ବିଞାନ ଛାତ୍ର ସ୍ୱୟଂପ୍ରିତ ଦାଶ ଆଜି ସକାଳେ କୋଚିଂ କ୍ଲାସ ଜାଉଥିଲା ବେଳେ କଲେଜ ରୋଡ଼ଥିବା ଶାରଳା ମନ୍ଦିର ନିକଟରୁ ଜନୈକ ଅପହରଣକାରିଙ୍କ ଦ୍ୱାରା ହପହରଣ ହୋଇଥିବା ଜଣାପଡିଛି ।ତାଙ୍କୁ ଦ୍ୱପାଞ୍ଚଳର ଗୁହାଳୀ ନିକଟରେ ତାଙ୍କୁ ମାଡ଼ମାରି ତା ଠାରୁ ୨୫୦୦ଟଙ୍କା ଏଟିଏମ କାର୍ଡ କଲେଜ ର ଆଇ କାର୍ଡ ଲୁଟି ନେଇ ତାକୁ ନାଳ କୁ ପେଲି ଦେଇ ପଳାଇଯାଥିଲେ।ଗ୍ରାମ ବାସି ଛାତ୍ର କୁ ଉଧାର କରି ସାଲେପୁର ପୋଲିସ କୁ ଖବର ଦେଇଥିଲେ।ସାଲେପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ର କୁ ଆଣି ତଦନ୍ତ ଆରମ୍ଭ କରିଛନ୍ତି।