୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌

Published By : Prameya-News7 Bureau | April 14, 2021 IST

ଭୁବନ ୧୪।୦୪: ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ । ଯାହାକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ନିଆଯାଉଛି । ଏହି ପରିପେକ୍ଷୀରେ ଢେଙ୍କାନାଳ ଜିଲ୍ଲା ଭୁବନ ବାଜିରାଉତ ସ୍ମୁତି ମହାବିଦ୍ୟାଳୟକୁ ୨ଦିନ ପାଇଁ ସଟ୍‌ଡାଉନ୍‌ କରାଯାଇଛି । ମହାବିଦ୍ୟାଳୟରୁ କରୋନା ପଜିଟିଭ୍‌ ଚିହ୍ନଟ ପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ ।

{"id":438150,"width":724,"height":405,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଭୁବନ ବାଜିରାଉତ ସ୍ମୁତି ମହାବିଦ୍ୟାଳୟରୁ କିଛି ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାପରେ ତୁରନ୍ତ ମହାବିଦ୍ୟାଳକୁ ୨ ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ମହାବିଦ୍ୟାଳୟ ପରିସରକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯିବ। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂପ୍ପର୍ଶରେ ଆସିଥିବା ସମସ୍ତଙ୍କ ବ୍ୟକ୍ତିଙ୍କ କୋଭିଡ଼ କଟକଣା ମାନିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ଜାରିଆରେ ପାଠ ପଢିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.