ଆମ ସାର୍ ନିର୍ଦ୍ଦୋଷ, ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ… ପୋଲିସ ଜିପ୍‌ରେ ସାର୍‌ଙ୍କୁ ଦେଖି ଲୁହ ଝରାଇଲେ ଛାତ୍ରୀ

Published By : Prameya-News7 Bureau | November 12, 2020 IST

ଜୟପୁର ୧୨।୧୧: ଆମ ସାର ନିର୍ଦ୍ଦୋଷ, ତାଙ୍କୁ ତୁରନ୍ତ ଖଲାସ କର । କୋରାପୁଟ ସୁନାବେଡା ସ୍ଥିତ ଯୁକ୍ତ ୨ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପବିତ୍ର କୁମାର ବେଦାନ୍ତ ମହିଳା ସହକର୍ମୀଙ୍କୁ ଅସଦାଚରଣ ମାମଲାରେ ଗିରଫ ହେବା ପରେ ସପ୍ତାହେ ହେଲା ଏମିତି କିଛି ଦାବି କରି ଆସୁଛନ୍ତି ତାଙ୍କର ଶହ ଶହ ଛାତ୍ରୀ ଓ ପୂର୍ବତନ ଛାତ୍ରୀ ।

{"id":360396,"sizeSlug":"large"}

ସାରଙ୍କ ସପକ୍ଷରେ ସୋସିଆଲ ମିଡିଆରେ ଏହି ଛାତ୍ରୀମାନେ କ୍ୟାମ୍ପେନ ବି ଆରମ୍ଭ କରିଦେଇଛନ୍ତି । ଏପରିକି ସାରଙ୍କୁ ତୁରନ୍ତ ଖଲାସ ଦାବିରେ ଶହ ଶହ ଛାତ୍ରୀ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଦାବି ପତ୍ର ବି ଦେଇଛନ୍ତି । ତେବେ ଅଧ୍ୟକ୍ଷ ପବିତ୍ର କୁମାର ବେଦାନ୍ତଙ୍କ ଗିରଫ ହେବା ଘଟଣାକୁ ସପ୍ତାହରୁ ଅଧିକ ସମୟ ହୋଇଯାଇଥିବା ବେଳେ ଏବେ ବି ତାକୁ ଜାମିନ ମିଳିନି । ସେ ଜାମିନ ପାଇଁ ଆବେଦନ କରିଥିଲେ ବି କୋର୍ଟରେ କେସ୍ ଡାଏରୀ ଦାଖଲ ହୋଇ ନଥିବାରୁ ଜାମିନ୍ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନି ।

{"id":360397,"sizeSlug":"large"}

ତେବେ ଅଧ୍ୟକ୍ଷ ଡକ୍ଟର ପବିତ୍ର ବେଦାନ୍ତଙ୍କୁ କୋର୍ଟରେ ହାଜର କରାଯାଉଥିବା ବେଳେ କୋର୍ଟ ବାହାରେ ଦେଖା ଦେଇଥିଲା ଭିନ୍ନ ଏକ ପରିବେଶ । କୋର୍ଟ ବାହାରେ ତାଙ୍କର ଅନେକ ଛାତ୍ରୀ ଓ ପୂର୍ବତନ ଛାତ୍ରୀ ଉପସ୍ଥିତ ଥିବା ବେଳେ ସେମାନେ ଏହାକୁ ଏକ ଷଡଯନ୍ତ୍ର ବୋଲି ପୁଣି ଥରେ ଦୋହରାଇଛନ୍ତି । ଆଉ କୋର୍ଟ ବାହାରେ ନିଜ ସାରଙ୍କୁ ପୋଲିସ ଜିପରେ ଦେଖି ଛାତ୍ରୀମାନେ ନିଜ କୋହ ସମ୍ଭାଳି ପାରିନଥିଲେ । ଅଧିକାଂଶ ଛାତ୍ରୀଙ୍କ ଆଖିରୁ ଲୁହ ଝରି ଆସିଥିବା ବେଳେ ସାର୍ ସେମାନଙ୍କୁ ହାତ ହଲାଇ ସେଠାରୁ ଚାଲି ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.