ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପଦକୁ ନେଇ ବିବାଦ : ଅଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

Published By : Prameya-News7 Bureau | October 18, 2019 IST

ଭଣ୍ଡାରିପୋଖରୀ ୧।୧୦: ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଦକୁ ନେଇ ଲାଗିରହିଛି ବିବାଦ । ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି । ଥାନାରେ ଏତଲା ଦେଇଛନ୍ତି ମହାବିଦ୍ୟାଳୟ ଅଧ୍ୟକ୍ଷ । ଏଭଳି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ନୟନମଣୀ ମହିଳା ମହାବିଦ୍ୟାଳୟ ପରିସରରେ ।  

{"id":171304}

ସୂଚନାଯୋଗ୍ୟ ଯେ, ନୟନମଣୀ ମହିଳା ମହାବିଦ୍ୟାଳୟର ଅଧକ୍ଷ୍ୟା କମଳିନୀ ଧଳଙ୍କୁ ସେହି ମହାବିଦ୍ୟାଳୟର ଜନୈକ ଅଧ୍ୟାପକ ମନୋଜ କୁମାର ରାଉତରାୟ ସମସ୍ତ କର୍ମଚାରୀଙ୍କ ସମ୍ମୁଖରେ ଗାଳିଗୁଲଜ କରିବା ନେଇ ଥାନାରେ ଅଭିଯୋଗ ହୋଇଛି । ଧାମନଗର ପୋଲିସ ନୟନମଣୀ ମହିଳା ମହାବିଦ୍ୟାଳୟକୁ ଆସି ଉଭୟ ପକ୍ଷଙ୍କ ଉପସ୍ଥିତିରେ ତଦନ୍ତ କରିବା ସହ ଉଭୟଙ୍କୁ ଥାନାକୁ ମଧ୍ୟ ଡକାଯାଇଛି ।

{"id":171305}

ଅନ୍ୟପଟେ ଦୁର୍ବ୍ୟବହାର ଅଭିଯୋଗ ଆସିଥିବା ଅଧ୍ୟାପକଙ୍କ କହିବା କଥା ହେଲା ଯେ, ତାଙ୍କୁ ଅଧ୍ୟକ୍ଷ ପଦ ପାଇଁ ବିଭାଗ ତରଫରୁ ନିର୍ଦ୍ଦେଶ ରହିଛି କିନ୍ତୁ ଅଧ୍ୟକ୍ଷା ତାଙ୍କ ପଦ ଛାଡୁନଥିବାରୁ ଏମିତି ପରିସ୍ଥିତି ଉପୁଜିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.