ଆକାଉଣ୍ଟାଣ୍ଟଙ୍କ ପୁଅ ବିନା କୌଣସି କୋଚିଂରେ ହେଲେ IPS, ବୟସ ମାତ୍ର ୨୨

Published By : Prameya-News7 Bureau | September 29, 2021 IST

ବାରବାଙ୍କି, ୨୯/୦୯: ଭାରତର ସବୁଠାରୁ ଟପ୍‌ ପରୀକ୍ଷା ହେଉଛି ଭାରତୀୟ ପ୍ରଶାସନିକ ସେବାର ପରୀକ୍ଷା । ଏହି ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ସେତେଟା ସହଜ ନୁହେଁ । କିନ୍ତୁ କଠିନ ଅଧ୍ୟବସାୟ ବଳରେ ଏଥିରେ ଜଣେ ନିଶ୍ଟୟ ଉତ୍ତିର୍ଣ୍ଣ ହୋଇପାରିବ । ଏଥି ପାଇଁ ପ୍ରାୟତଃ ଆଶାୟୀ ମାନେ ଦିଲ୍ଲୀ କିମ୍ୱା ଅନ୍ୟ ସ୍ଥାନରେ କୋଚିଂ ନେଇଥାନ୍ତି । ହେଲେ ଖାଲି କୋଚିଂ ନେଉଥିବା ପିଲା ପସ୍‌ କରିବେ ସେମିତି କିଛି ନୁହେଁ । ବିନା କୌଣସି କୋଚିଂରେ ବି କଲେଜ୍‌ ସାରିଥିବା ଆଶାୟୀ ଏହି ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଉଛନ୍ତି । ସେମିତି ଜଣେ ଆଶାୟୀ ହେଲେ ଆଦର୍ଶ କାନ୍ତ ଶୁକ୍ଲା । ଯିଏ କି ଚଳିତ ବର୍ଷ ପ୍ରକାଶିତ ୟୁପିଏସି ପରୀକ୍ଷାରେ ୧୪୯ ରାଙ୍କ ହାସଲ କରିଛନ୍ତି ।

ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ରହୁଥିବା ଆଦର୍ଶ ପ୍ରଥମ ପ୍ରୟାସରେ ଏହି ରାଙ୍କ ହାସଲ କରିବାରେ ସଫଳ ହୋଇଛନ୍ତି । ବିନା କୌଣସି କୋଚିଂର ସହାୟତାରେ ସେ ଏ ସଫଳତା ପାଇଛନ୍ତି । ବର୍ତ୍ତମାନ ସେ ଜଣେ ଆଇପିଏସ୍‌ ଅଫିସର ହେବେ । ଏହି ସଫଳତାରେ ତାଙ୍କୁ ବିଭିନ୍ନ ଆଡ଼ୁ ଶୁଭେଛା ମିଳୁଛି । ଏହି ସଫଳତା ପାଇଁ ଆଦର୍ଶ ତାଙ୍କ ପିତା ମାତାଙ୍କୁ ଶ୍ରେୟ ଦେଇଛନ୍ତି ।

ତାଙ୍କ ପିତା ରାଧାକାନ୍ତ ବନ୍ୟା ପୀଡ଼ିତ ମଦନା ଗ୍ରାମରେ ପୂର୍ବରୁ ରହୁଥିବା ବେଳେ ୨୦ ବର୍ଷ ତଳେ ବାରବାଟିକୁ ସପରିବାର ନେଇ ଚାଲି ଆସିଥିଲେ ।  ସେଠାରେ ସେ ଜଣେ ଆକାଉଣ୍ଟାଣ୍ଟ୍‌ ଭାବେ କାମ କରିବା ଆରମ୍ଭ କରିଥିବା ବେଳେ ମଆ ଜଣେ ଗୃହିଣୀ । ସେତେବେଳେ ସେ ଘର ଭଡ଼ା ନେଇ ରହୁଥିଲେ । ପରେ ସେଠାରେ ଘର କରି ରହିଥିଲେ । ପୁଅ ଆଦର୍ଶ ଜଣେ ପ୍ରଶାସନିକ ଅଧିରକାରୀ ହେବ ବୋଲି ସେ ସ୍ୱପ୍ନ ଦେଖିଥିଲେ । ଯାହାକୁ କି ପୁଅ ଆଜି ସାକାର କରିଛି ।

ଆଦର୍ଶ ପିଲାଟି ଦିନୁ ଜଣେ ମେଧାବୀ ଛାତ୍ର ଥିଲେ । ସ୍କୁଲ୍‌ ଏବଂ ଇଣ୍ଟରମିଡିଏଟ୍‌ରେ ସେ ଟପର୍‌ ହୋଇଥିଲେ । ଏହା ଛଡ଼ା ସେ ଲକ୍ଷ୍ନୌ କଲେଜ୍‌ରୁ ବିଜ୍ଞାନରେ ଗୋଲ୍ଡ ମେଡାଲିଷ୍ଟ ହୋଇଥିଲେ  । ତାଙ୍କ ଭଉଣୀ ମଧ୍ୟ ଏବେ ଜୁଡ଼ିସାଆଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.