Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

୨ ରୋଡ ରୋମିଓଙ୍କୁ ସାବାଡ କଲେ ଯୁବତୀ,ଦୁଇ ରୋମିଓ କାନଧରି ବସଉଠ୍ ହେବା ପରେ ଭୁଲ୍ ମାଗିଲେ

9/09/2019 at 5:49 PM

ଭୁବନେଶ୍ବର ୯।୯- ରାସ୍ତାରେ ରୋଡରୋମିଓଙ୍କୁ ସବକ୍‌ ସିଖାଇଲେ ଯୁବତୀ । କମେଣ୍ଟ ମାରି ପିଛା କରୁଥିବା ୨ଜଣ ଯୁବକଙ୍କୁ ଡରି ନଯାଇ ବରଂ ସେମାନଙ୍କୁ ଧରି ନିର୍ଧୁମ୍‌ ଛେଚିଥିଲେ ଇଂଜିନିୟରିଂ ଛାତ୍ରୀ ବବିନା ମହାଳିକ୍‌ । ଭୁବନେଶ୍ବର ଜଗନ୍ନାଥ ନଗର ରୋଡ୍‌ରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ଜୋର୍‌ ଧରିଛି ଚର୍ଚ୍ଚା । ସ୍ଥାନୀୟ ଲୋକେ ୨ ରୋଡ୍‌ ରୋମିଓଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ।

ରାଜଧାନୀର ଜଗନ୍ନାଥ ନଗର ରୋଡ୍‌ରେ ସ୍କୁଟିରେ ଯାଉଥିଲେ ଜଣେ ଯୁବତୀ । ତାଙ୍କୁ ପିଛା କରିଥିଲେ ୨ଜଣ ରୋଡ୍‌ ରୋମିଓ । ମଝିରେ ମଝିରେ ପାଖକୁ ଆସି କମେଣ୍ଟ ମାରୁଥିଲେ । ସେମାନଙ୍କୁ ଦେଖି ଯୁବତୀ ଜଣକ ରାସ୍ତା ବଦଳାଇ ଥିଲେ । ତଥାପି ତାଙ୍କ ପିଛା କରିବା ଛାଡ଼ିନଥିଲେ ଏହି ରୋଡ୍‌ ରୋମିଓ । ଶେଷରେ ସେମାନଙ୍କ ଆଚରଣ ଅସହ୍ୟ ହେବାରୁ ଯୁବତୀ ଜଣକ ହଠାତ୍‌ ଗାଡ଼ି ରଖି ଦୁଇ ଯୁବକଙ୍କୁ ଅନ୍ଧାଦୁନ୍‌ ଧୁଲେଇ ଆରମ୍ଭ କରିଦେଇଥିଲେ । ଏମିତି ଛେଚିଥିଲେ ଯେ, ଶେଷରେ ୨ରୋଡ୍‌ ରୋମିଓ ନିଜ ଆଚରଣ ପାଇଁ ଭୁଲ୍‌ ମାଗିବା ସହ ରାସ୍ତା ଉପରେ କାନଧରି ବସଉଠ୍‌ ହୋଇଥିଲେ । ଦୁଇ ଜଣ ରୋଡ୍‌ରୋମିଓଙ୍କ ବିରୋଧରେ ଏମିତି ସାହସ ଦେଖାଇଥିବା ଯୁବତୀ ଜଣକ ହେଲେ ଫୋର୍‌ଥ୍‌ ଇୟର ବିଟେକ୍‌ ଛାତ୍ରୀ ବବିନା ମହାଲିକ୍‌ ।

ଆତ୍ମରକ୍ଷା ପାଇଁ କରାଟେ ଟ୍ରେନିଂ ନେଇଥିବା ବବିନାଙ୍କୁ ଏହି ଦୁଇ ରୋଡ୍‌ରୋମିଓଙ୍କୁ କାବୁ କରିବାରେ କୌଣସି ଅସୁବିଧା ହୋଇନଥିଲା । ଏଭଳି କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛନ୍ତି । ନ୍ୟୁଜ୍‌ ସେଭେନ୍‌ ଷ୍ଟୁଡିଓରେ ପିପିଲିର ବେବିନା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ମନେ ପକାଇ ବବିନା ମହାଳିକ୍‌ କହିଥିଲେ ‘ଏ ବବିନା ସେ ବେବିନା ନୁହେଁ’ । କିଛି ଦିନ ତଳେ କରାଟେକା ଚିନ୍ମୟୀ  ଭୁୟାଁଙ୍କ କ୍ଷେତ୍ରରେ ମଧ୍ୟ ଏମିତି ଏକ ଘଟଣା ଘଟିଥିଲା । ଯାହାର ମୁକାବିଲା କରି ସେ ଖୁବ୍‌ ପ୍ରଶଂସା ସାଉଣ୍ଟିଥିଲେ । ସେ ମଧ୍ୟ ବବିନାଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସେହିଭଳି ଦିନେ ଜଣେ ପାଗଳ ପ୍ରେମୀର ଏସିଡ୍‌ ମାଡ଼ର ଶିକାର ହୋଇଥିବା ପ୍ରମୋଦିନୀ ରାଉଳ ମଧ୍ୟ ବବିନାଙ୍କ ସାହସକୁ ସଲାମ କରିଛନ୍ତି ।

ବବିନା ହୁଅନ୍ତୁ କି ଚିନ୍ମୟୀ ଏମାନେ ଆମ ସମାଜରେ ଅନ୍ୟ ଝିଅଙ୍କ ପାଇଁ ପ୍ରେରଣା ନିଶ୍ଚୟ । ରାସ୍ତାରେ ରୋଡ୍‌ରୋମିଓଙ୍କୁ ଡରି ନଯାଇ ସେମାନଙ୍କୁ ସାବାଡ଼ କରିବାକୁ ଝିଅମାନଙ୍କୁ ସବୁବେଳେ ପ୍ରସ୍ତୁତ ରହିବାକୁ ପଡ଼ିବ ।

   Related Posts