ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ ; ଆଜି ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ, ବାତ୍ୟା ଯୋଗୁଁ ୫ଟି ଜିଲ୍ଲାରେ ହେବନାହିଁ ଭୋଟ୍

Published By : Prameya-News7 Bureau | October 10, 2018 IST

ଭୁବନେଶ୍ବର ୧୦|୧୦:  ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ । ଆଜି ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ । କିଭଳି ଛାତ୍ରଛାତ୍ରୀଙ୍କ ସମର୍ଥନ ଲୋଡାଯିବ, ସେଥିପାଇଁ ପ୍ରାର୍ଥୀଙ୍କ ପାଇଁ ଶେଷ ସୁଯୋଗ । ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ସେ ନେଇ ଭାଷଣ ଜରିଆରେ ଭୋଟରଙ୍କୁ ଅବଗତ କରାଇବେ ପ୍ରାର୍ଥୀ । କଲେଜ ସମସ୍ୟା ସମ୍ପର୍କରେ କହିବେ । ଏହା ସହସ କଲେଜରେ କିଭଳି ବିକାଶ କରିବେ ସେନେଇ ପ୍ରତିଶ୍ରୁତି ମଧ୍ୟ ଦେବେ । ଗତକାଲି କ୍ୟାମ୍ପସରେ ପ୍ରଚାର ଶେଷ ହୋଇଥିବା ବେଳେ ହାତରେ ମାତ୍ର ଆଉ କେଇ ଘଣ୍ଟା । ତାହାକୁ ହାତଛଡ଼ା କରିବାକୁ କୌଣସି ପ୍ରାର୍ଥୀ ଚାହିଁବେ ନାହିଁ । ତେଣୁ କ୍ୟାମ୍ପସରେ ଜୋରଦାର ପ୍ରଚାର ପରେ ସଂଖ୍ୟା ଯୋଗାଡ ପାଇଁ ସୋସିଆଲ୍ ମିଡିଆ, ଡୋର୍ ଟୁ ଡୋର୍ କ୍ୟାମ୍ପେନିଂରେ ପ୍ରାର୍ଥୀମାନେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ବାତ୍ୟା ଯୋଗୁଁ ୫ଟି ଜିଲ୍ଲାରେ ହେବନାହିଁ ଭୋଟ୍ । ବାତ୍ୟା ଯୋଗୁଁ ୫ଟି ଜିଲ୍ଲାରେ ସରକାର ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି । କଲେଜ ଛୁଟି ରହୁଥିବାରୁ ୫ଟି ଜିଲ୍ଲାର କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ତେବେ ଏହି ୫ଟି ଜିଲ୍ଲାର କଲେଜରେ ହୋଇପାରିବ ନାହିଁ ନିର୍ବାଚନ । କେବେ ଏହି ନିର୍ବାଚନ କରାଯିବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.