Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

“କିଟ୍ କ୍ୟାମ୍ପସରେ ଚାଲିଥିବା ଛାତ୍ର ଅଶାନ୍ତି ପାଇଁ କର୍ତ୍ତୃପକ୍ଷ ସମ୍ପୂର୍ଣରୂପେ ଦାୟୀ”-ଏବିଭିପି ଜାତୀୟ ସମ୍ପାଦକ ଅଭିଳାସ ପଣ୍ଡା

27/11/2018 at 6:57 PM

ଭୁବନେଶ୍ୱର ୨୭/୧୧ : ଭୁବନେଶ୍ୱର କିଟ୍ କ୍ୟାମ୍ପସରେ ଚାଲିଥିବା ଛାତ୍ର ଅଶାନ୍ତି ଏବେ ଜାରି ରହିଛି । ପୋଲିସ ଫୋର୍ସ ଏବେ ଯାଏଁ ବି ସେଠାରେ ମୁତୟନ ହୋଇ ରହିଛନ୍ତି। ତେବେ ଏହାକୁ ନେଇ ଏବିଭିପି ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ଅାଜି ଭୁବନେଶ୍ବର ଏବିଭିପି କାର୍ଯ୍ୟାଳୟରେ ଅାୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାକୁ ନେଇ ପ୍ରଶନ କରାଯାଇଛି । କିଟ୍ କତୃପକ୍ଷ ଏଥିପାଇଁ ସମ୍ପୂର୍ଣରୂପେ ଦାୟୀ ବୋଲି ଏବିଭିପିର ଜାତୀୟ ସମ୍ପାଦକ ଅଭିଳାସ ପଣ୍ଡା କହିଛନ୍ତି । ଘଟଣା ଘଟିବାର ଦିନେ ପରେ କିଭଳି ଛାତ୍ର ଅଶାନ୍ତି ବଢିଲା । ପୋଲିସ କାହିଁକି ଛାତ୍ରମାନଙ୍କୁ ରାତି ଅଧରେ ହଷ୍ଟେଲ ଛାଡିବା ପାଇଁ କହିଲା । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଏବିଭିପି ଦାବି କରିଛି । ନଚେତ ଏହାକୁ ନେଈ ଏବିଭିପି ଅାନ୍ଦୋଳନ କରିବ ବୋଲି ଧମକ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ଜଣେ ଆଇନ ଛାତ୍ରୀ ବାହାରକୁ ଯାଉଥିବାବେଳେ ତାଙ୍କ ପିନ୍ଧିଥିବା ଡ୍ରେସକୁ ନେଇ ଇଂଜିନିୟରିଂ ଦ୍ୱିତୀୟ ବର୍ଷର ଦୁଇ ଜଣ ଛାତ୍ର ତାଙ୍କୁ କମେଣ୍ଟ କରିଥିଲେ | କମେଣ୍ଟ ଶୁଣି ଛାତ୍ରୀ ଜଣକ ରାଗିଯାଇ ନିଜ ପ୍ରେମିକକୁ ଘଟଣା ସମ୍ପର୍କରେ ଜଣେଇଥିଲେ | ଶନିବାର ଦିନ ଆଇନ ଛାତ୍ରୀ ଏବଂ ତାଙ୍କର ସହପାଠୀମାନେ ବି.ଟେକ ହଷ୍ଟେଲ ଭିତରକୁ ପଶି ଭଙ୍ଗାରୁଜା କରିବା ସହ ଉକ୍ତ ଛାତ୍ରଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରିଥିଲେ | ତେବେ ବି.ଟେକ ଛାତ୍ର ଜଣକ କ୍ଷମା ମଧ୍ୟ ମାଗିଥିଲେ |

କିନ୍ତୁ ଏତିକିରେ ସରିନଥିଲା | ପରଦିନ ବହୁ ସଂଖ୍ୟକ ବି.ଟେକ ଛାତ୍ର ବାଡ଼ି, ଠେଙ୍ଗା, ବିଆର ବୋତଲ, କ୍ରିକେଟ ବ୍ୟାଟ ଏବଂ ଛୁରୀ ଧରି ଆଇନ ଛାତ୍ରଙ୍କ ହଷ୍ଟେଲ ମଧ୍ୟକୁ ସଂଘବଦ୍ଧ ଭାବେ ପଶିଥିଲେ | ହଷ୍ଟେଲ ରୁମ ଭିତରେ ପଶି ପିଲାଙ୍କୁ ଆକ୍ରମଣ କରିଥିଲେ | ପାଖାପାଖି ଘଣ୍ଟେ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଚାଲିଥିଲା | କଲେଜର କିଛି ଛାତ୍ର ଏବଂ କର୍ତ୍ତୃପକ୍ଷଙ୍କ ସୂଚନା ପାଇ ପ୍ରାୟ ଦେଢ଼ ଘଣ୍ଟା ପରେ ପୋଲିସ କଲେଜରେ ପହଞ୍ଚିଥିଲା | ଉଭୟ ଗୋଷ୍ଠୀର ପାଖାପାଖି ୪୦ ଜଣ ଛାତ୍ର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି | ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି |ଗଣ୍ଡଗୋଳ ପରେ ଆଜି ସକାଳେ ସାଏନ-ଏ-ଡାଏ ଘୋଷଣା କରି ଉଭୟ ଆଇନ ଏବଂ ବି.ଟେକ ଛାତ୍ରଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦେଶ ଦିଆଯାଇଛି | କମେଣ୍ଟ ଶୁଣିଥିବା ଉକ୍ତ ଆଇନ ଛାତ୍ରୀ ବର୍ତ୍ତମାନ ଫେରାର ଥିବା ଜଣାପଡିଛି |କଲେଜ କ୍ୟାମ୍ପସରେ ଏବେବି ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇ ରହିଛନ୍ତି । ତେବେ ଏସମସ୍ତ ଘଟଣା ସିସି ଟିଭି କଏଦ ହୋଇଛି ।

   Related Posts