ଶିକ୍ଷାନୁଷ୍ଠାନ ପାଇଁ ପ୍ରାକୃତିକ ସମ୍ପଦ ନଷ୍ଟ ; ଅବାଧରେ ମୂଲ୍ୟବାନ ଗଛ କାଟି ସଫା କରିଦେଲେ କର୍ତ୍ତୃପକ୍ଷ

Published By : Prameya-News7 Bureau | May 17, 2019 IST

କାମାକ୍ଷାନଗର ୧୭|୫: ଶିକ୍ଷାନୁଷ୍ଠାନ ପାଇଁ ପ୍ରାକୃତିକ ସମ୍ପଦ ନଷ୍ଟ । ଅବାଧରେ ମୂଲ୍ୟବାନ ଗଛ କାଟି ସଫା କରିଦେଲେ କର୍ତ୍ତୃପକ୍ଷ । ଢେଙ୍କାନଳ ମହାବିରୋଡ଼ ଯୁକ୍ତ ଦୁଇ ଜୁନିୟର ମହାବିଦ୍ୟାଳୟର ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ହଜାର ହଜାର ମୂଲ୍ୟବାନ ଗଛ କଟାଯାଇଥିବା ଅଭିଯୋଗ ହୋଇଛି । ୨୦ ଲକ୍ଷ ବ୍ୟାୟରେ ନିର୍ମଣାଧିନ ଶ୍ରେଣୀ ଗୃହ ଛାତର ସେଟ୍ରିଙ୍ଗ ପାଇଁ ଶାଳ,ପିଆଶାଳ, ଅସନ, କେନ୍ଦୁ ଭଳି ଗଛ କାଟି ବ୍ୟବହାର କରାଯାଇଛି ।

{"id":112776}

ହେଲେ ମାତ୍ର ୫୦ ମିଟର ଦୂରରେ ମହାବିରୋଡ଼ ରେଞ୍ଜ ଅଫିସ ଥିବା ବେଳେ ବନବିଭାଗ ପାଖରେ ଖବର ନାହିଁ ।  ଯାହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏପଟେ ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ଗଛ କାଟିଥିବା କଥାକୁ ସ୍ୱୀକାର କରିବା ସହ ବନ ବିଭାଗ ଯେଉଁ ପଦକ୍ଷେପ ଗ୍ରହଣ କରିବ ତାହା ଆମେ ମାନିବୁ ବୋଲି ସଫେଇ ଦେଇଛନ୍ତି ।

{"id":112775}

ଏ ସମ୍ପର୍କରେ ଗ୍ରାମବାସୀଙ୍କ ଅଭିଯୋଗ ପରେ ବନ ବିଭାଗର ତତ୍ପରତା ଦେଖିବାକୁ ମିଳିଛି । ଏକ ସ୍ୱତନ୍ତ୍ର ଟିମ ଯାଇ କଲେଜ ଗୃହ ନିର୍ମାଣ ପାଇଁ ବ୍ୟବହାର କରାଯାଇଥିବା ସମସ୍ତ କାଠକୁ ସିଜ୍ କରିଛି । ଏହା ସହ ଦୋଷୀଙ୍କ ବିରୋଧରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ରେଞ୍ଜର କହିଛନ୍ତି ।

{"id":112778}

ତେବେ କୋଟି କୋଟି ଟଙ୍କା ବ୍ୟୟରେ ସରକାର ଜଙ୍ଗଲର ସୁରକ୍ଷା ପାଇଁ ଯୋଜନା କରୁଥିବା ବେଳେ ଶିକ୍ଷାନୁଷ୍ଠାନ ପାଇଁ ପ୍ରାକୃତିକ ସମ୍ପଦ ନଷ୍ଟ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.