ଆଜିଠୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ : ଅନଲାଇନ୍ ମୋଡରେ କରାଯିବ କ୍ଲାସ୍ , ସ୍ଥିତି ନସୁଧୁରିବା ଯାଏଁ ସ୍ପୋର୍ଟସ ହଷ୍ଟେଲ ବି ବନ୍ଦ

Published By : Prameya-News7 Bureau | April 19, 2021 IST

ଭୁବନେଶ୍ୱର ୧୯।୦୪: ଆଜିଠୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ । କ୍ଲାସ୍ ରେ ପାଠପଢା, ପରୀକ୍ଷା, ପ୍ରାକ୍ଟିକାଲ୍ ବାତିଲ କରାଯାଇଥିବା ବେଳେ ଆଜି ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ହଷ୍ଟେଲ ଛାଡି ଘରମୁହାଁ ହେଉଛନ୍ତି ଛାତ୍ରଛାତ୍ରୀ ।

କରୋନାର ଭୟବହତାକୁ ଦେଖି ବିଶ୍ବବିଦ୍ୟାଳୟ ଓ କଲେଜର ସମସ୍ତ କ୍ଲାସ ଓ ପରୀକ୍ଷା ବାତିଲ କରିଛି ଉଚ୍ଚଶିକ୍ଷା ବିଭାଗ। ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଠିକ୍ ସମୟରେ ସାରିବା ପାଇଁ ଅନଲାଇନ୍ ମୋଡରେ କ୍ଲାସ୍ କରାଯିବ। କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ମୋଟ କ୍ଷମତାର ସର୍ବନିମ୍ନ ୫୦ ପ୍ରତିଶତ ଅଧ୍ୟାପକ ଓ ଅଣଅଧ୍ୟାପକଙ୍କୁ ନେଇ ଆଜିଠୁ ପରିଚାଳିତ ହେବ । ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ପ୍ରିନ୍ସିପାଲମାନେ ଅଫିସ୍ କାର୍ଯ୍ୟ ଓ ଏକାଡେମିକ୍ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ କର୍ମଚାରୀମାନଙ୍କର ରୋଷ୍ଟର ଡ୍ୟୁଟି କରିବେ।

ଅଧ୍ୟାପକମାନେ ନିଜର କଲେଜ ଅବା ବିଶ୍ୱବିଦ୍ୟାଳୟରୁ କିମ୍ବା ନିଜ ଘର ଅନଲାଇନରେ କ୍ଲାସ ନେଇପାରିବେ। ସେପଟେ କରୋନା ପାଇଁ ଆଜିଠାରୁ ରାଜ୍ୟରେ ବନ୍ଦ ରହିବ ସ୍ପୋର୍ଟ୍ସ ହଷ୍ଟେଲ୍ । କରୋନା ସ୍ଥିତି ନସୁଧୁରିବା ଯାଏଁ ସ୍ପୋର୍ଟସ ହଷ୍ଟେଲ ବନ୍ଦ ରହିବ ବୋଲି କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.