ଆସନ୍ତା ୧୧ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ, ମାର୍ଚ୍ଚ ୧୫ ଯାଏଁ ପାଠପଢା

Published By : Prameya-News7 Bureau | January 03, 2021 IST

ଭୁବନେଶ୍ୱର ୦୩।୦୧ :  ସ୍କୁଲ ପରେ ଏବେ କଲେଜ ଓ ବିଶ୍ୱବିଦ୍ୟାଳୟ । ଆସନ୍ତା ୧୧ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୧୫ ଯାଏଁ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ପଢା ଜାରି ରହିବ । ଏହି ସମୟରେ ବାକି ଥିବା ଶେଷ ସେମିଷ୍ଟାରର ମଧ୍ୟ ପରୀକ୍ଷା କରାଯିବ । ମାର୍ଚ୍ଚ ୧୫ ରୁ ୩୧ ଯାଏ ପରୀକ୍ଷା କରାଯିବ । ଏପ୍ରିଲ ୩୦ରେ ବାହାରିବ ସେମିଷ୍ଟାର ପରୀକ୍ଷା ଫଳ ।

ତେବେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ କୋଭିଡ଼ ଗାଇଡଲାଇନ୍‌ ଅନୁଯାୟୀ ଖୋଲାଯିବ । ସେହିପରି ପରୀକ୍ଷା ମଧ୍ୟ ସମସ୍ତ ଗାଇଡ଼ଲାଇନ୍‌ ଅନୁସାରେ ହେବ । କଣ୍ଟେନମେଣ୍ଟ ଜୋନ୍‌ରେ ଯଦି ଛାତ୍ରଛାତ୍ରୀମାନେ ରହୁଥିବା, ତେବେ ସେମାନଙ୍କୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବା ଉପରେ କଟକଣା ଲଗାଯାଇଛି । ଛାତ୍ରାଛ୍ରାତୀମାନେ ମାସ୍କ ଓ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ରହିଛି । ଶ୍ରେଣୀ ଗୃହରେ ଛାତ୍ରାଛାତ୍ରୀମାନେ ଅତିକମ୍‌ରେ ୬ ଫୁଟ୍‌ ଦୂରତାରେ ବସିବେ । କଲେଜ ଓ ବିଶ୍ୱବିଦ୍ୟାଳୟ ପରିସରରେ କେହି ବି ଛେପ ପକାଇପାରିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.