Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ପ୍ରସୂତିଙ୍କୁ ଟଙ୍କା ମଗା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ

30/12/2019 at 9:53 AM

ସୁବର୍ଣ୍ଣପୁର  ୩୦/୧୨: ପ୍ରସୂତିଙ୍କୁ ଟଙ୍କା ମଗା ଘଟଣାରେ କାର୍ଯ୍ୟାନୁଷ୍ଠାନ । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କୁ ଲାଂଚ ମାଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ । ନିଜେ ଜିଲ୍ଲାପାଳ ଡାକ୍ତରଖାନାକୁ ଆସି ଘଟଣାର ସତ୍ୟାସତ୍ୟ ଜାଣିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଲାଂଚ ନେଇଥିବା ସ୍ଟାଫ ନର୍ସ ଭାଗ୍ୟବତୀ ସା ଏବଂ ସୁଇପର କୌଶଲ୍ୟା ବାଘଙ୍କୁ ନିଲମ୍ବିତ କରିଥିବାବେଳେ ଠିକା କର୍ମଚାରୀ ସୁଇପର ସଶ୍ମିତା ମହାରଣାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ଗତକାଲି ପ୍ରସବ ପାଇଁ ପ୍ରସୂତିମାନଙ୍କଠାରୁ ସଂପୃକ୍ତ କର୍ମଚାରୀମାନେ ହଜାରେ ଟଙ୍କା ଲେଖାଏଁ ଲାଞ୍ଚ ମାଗିଥିଲେ।

   Related Posts