Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କାମଠଣା ନର୍ସିଂ ସ୍କୁଲରେ କୋଭିଡ୍ ନିୟମକୁ ଉଲ୍ଲଙ୍ଘନ କରି ନାଚ-ଗୀତ ଘଟଣା, ନିଆଗଲା କାର୍ଯ୍ୟାନୁଷ୍ଠାନ

10/05/2021 at 8:00 PM

କଳାହାଣ୍ଡି, ୧୦/୦୫: କରୋନାର ସଂକ୍ରମଣ ରାଜ୍ୟରେ ମାଡ଼ିଚାଲିଥିବା ବେଳେ ନର୍ସିଂ ସ୍କୁଲରେ ହୋଇଥିବା ନାଚ ଗୀତ ଏବେ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ପାଇଁ ମହଙ୍ଗା ପଡ଼ିଛି । ଭାଇରାଲ ଭିଡିଓ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି । କାମଠଣା ସରକାରୀ ନର୍ସିଂ ସ୍କୁଲରେ କୋଭିଡ ଗାଇଡ ଲାଇନ ଉଲଂଘନ ଅଭିଯୋଗରେ ସ୍କୁଲର ଇନଚାର୍ଜ ପ୍ରିନସିପାଲ, ଶିକ୍ଷୟିତ୍ରୀ ଓ କିରାଣୀ ଭବାନୀପାଟଣା ସଦର ଥାନାରେ ଅଟକ ରହିଛନ୍ତି ।  ଗତ ଏପ୍ରିଲ ୩୦ ତାରିଖ ପ୍ରାୟ ୧୮୦ ଛାତ୍ର ଛାତ୍ରୀଙ୍କୁ ନେଇ କେପିଙ୍ଗ ଉତ୍ସବ ପାଳନ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ପରେ ତଦନ୍ତ ପାଇଁ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାନୁସାରେ, ଗତ ଏପ୍ରିଲ୍ ୩୦  ତାରିଖରେ ପ୍ରାୟ ୧୮୦ ଛାତ୍ରଛାତ୍ରୀ  କଲେଜର ଏକ ଉତ୍ସବରେ ଭାଗ ନେଇଥିଲେ। ଭାଇରାଲ୍ ଭିଡିଓରେ କଲେଜ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏକ ଉସ୍ରବର ଆୟୋଜନ କରାଯାଇଥିବେ ଦେଖିବାକୁ ମିଳିଛି। ଯେଉଁଥିରେ ସାମାଜିକ ଦୂରତା, ମାସ୍କ ପରିଧାନ କଟକଣାର ଉଲ୍ଲଙ୍ଘନ କରି ନୃତ୍ୟ ଓ ଭୋଜିଭାତ ହୋଇଥିଲା।

ସବୁଠାରୁ ବଡ କଥା ହେଉଛି ଯେ, ଆୟୋଜିତ ଉତ୍ସବ ପାଇଁ ସିଡିଏମଓ କିମ୍ବା ଏଡିଏମଓଙ୍କ  ଅନୁମତି ପ୍ରଦାନ ହୋଇ ନ ଥିବା ସୁଚନା ମିଳିଛି । ସେହିପରି ନର୍ସିଂ ସ୍କୁଲର ଇନଚାର୍ଜ ଅମିତା ଦାସ କହିଛନ୍ତି ଯେ, ଆୟୋଜନ ପାଇଁ ତାଙ୍କୁ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ ନାହିଁ | ହେଲେ ନୃତ୍ୟ କିମ୍ବା ଭୋଜିର ଆୟୋଜନ ହୋଇ ନ ଥିଲା। ଯେତେ ବେଳେ କି ଛାତ୍ର ଛାତ୍ରୀ ସୋସିଆଲ ମିଡ଼ିଆ ରେ ନୃତ୍ୟ ଓ ଉତ୍ସବର ଭିଡିଓ ପୋଷ୍ଟ କରି ଭାଇରାଲ କରିଛନ୍ତି।

କଳାହାଣ୍ଡି କୋଭିଡ ହସ୍ପିଟାଲ ପାର୍ଶ୍ବରେ ପାଖାପାଖି ୧୮୦ ଛାତ୍ର ଛାତ୍ରୀଙ୍କ ସମାଗମ ଶିକ୍ଷା ଅନୁଷ୍ଠାନମାନଙ୍କରେ ଜାରି କୋଭିଡ କଟକଣାର ଉଲଂଘନ ସଂକ୍ରମଣ ଆଶଙ୍କାକୁ ଦର୍ଶାଉଛି। ସାଧାରଣ ଲୋକେ ଆଇନ ଉଲ୍ଲଂଘନ କଲେ ଜରିମାନା ଓ ଟଙ୍କା ଆଦାୟ କରାଯାଉଥିବା ବେଳେ ଦାୟିତ୍ଵରେ ଥିବା ସରକାରୀ କତୃପକ୍ଷ ପାଇଁ ମାଫ୍ କାହିଁକି ? ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଠାରେ ଅଭିଯୋଗ ହୋଇଛି।

   Related Posts