ଚଳିବନି ଆନ୍ଧ୍ରର ଦାଦାଗିରି, କୋଟିଆରେ ଜାରି ରହିବ ବିକାଶ ମୂଳକ କାର୍ଯ୍ୟ

Published By : Prameya-News7 Bureau | May 20, 2022 IST

କୋରାପୁଟ, ୨୦/୦୫: ଓଡିଶାରେ ଆନ୍ଧ୍ରର ହସ୍ତକ୍ଷେପ ବା ଅନୁପ୍ରଵେଶକୁ ବରଦାସ୍ତ କରାଯିବ ନାହିଁ । କୋଟିଆରେ ବିକାଶ ମୂଳକ କାର୍ଯ୍ୟ ଜାରି ରହିବ । କୋଟିଆର ନେରେଡିୱ୍ବାଲସା ସମେତ ସମସ୍ତ ଗାଁକୁ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଜାରି ରହିବ । ଆନ୍ଧ୍ରର ସାଲୁର ମଣ୍ଡଳ ଓ ସାରିକି ପଞ୍ଚାୟତର ସରପଞ୍ଚ ଏବଂ ପଞ୍ଚାୟତ ଅଧିକାରୀ ଆସି କୋଟିଆର ନେରେଡି ୱ୍ବାଲସାର ପାନୀୟ ଜଳ ଯୋଗାଣ କାମକୁ ବନ୍ଦ କରିଥିଲେ। ଓଡିଶା ସରକାରଙ୍କ ପକ୍ଷରୁ ପାନୀୟ ଜଳ ଯୋଗାଣ କାମ ଚାଲୁ ରହିଥିବା ବେଳେ କାର୍ଯ୍ୟ ବନ୍ଦ କରିଥିଲେ। ଏବେ କାମ ଚାଲୁ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.