ରାମ ନବମୀ ପାଇଁ ସପ୍ତଶଯ୍ୟାରେ କଟକଣା, ସାଧାରଣ ଦର୍ଶନ ବାରଣ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

Published By : Prameya-News7 Bureau | April 19, 2021 IST

ଢେଙ୍କାନାଳ, ୧୯/୦୪: କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଅନ୍ୟପଟେ ଆସନ୍ତା ୨୧ ତାରିଖ ବୁଧବାର ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସଵ । ଫଳରେ ଢେଙ୍କାନାଳର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟାର ରାମମନ୍ଦିରରେ ଧୁମଧାମରେ ପାଳିତ ହେଉଥିବା ଏହି ପର୍ବ ଏ ବର୍ଷ ଫିକା ପଡ଼ିବାକୁ ଯାଉଛି ।

ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ମାତ୍ର କରୋନା ସଂକ୍ରମଣ ଆଶଙ୍କା କରି ଚଳିତ ବର୍ଷ ରାମ ନବମୀ ଉତ୍ସବ ଉପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପ୍ରତିବନ୍ଧକ ଲଗାଇଛି । ଏହି ଉଦ୍ଦେଶ୍ୟରେ ଆଜି ସ୍ବତନ୍ତ ବୈଠକ ମଧ୍ୟମରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ରାମନବମୀ ପାଇଁ କଟକଣା ଜାରି କରିଛନ୍ତି ।

ଏପରିକି ସପ୍ତଶଯ୍ୟାରେ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବାରଣ କରାଯିବା ସହ ଜିଲ୍ଲାର ସମସ୍ତ ମନ୍ଦିର ଗୁଡିକରେ ସାଧାରଣ ଦର୍ଶନ ମନା କରାଯାଇଛି । ଫଳରେ ଚଳିତ ବର୍ଷ ସପ୍ତଶଯ୍ୟା ସ୍ଥିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ କେବଳ ପୂଜକଙ୍କ ପୂଜା ଓ ନୀତିକାନ୍ତି ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସଵ ସୀମିତ ରହିବ ବୋଲି ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.