Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ: ଲକ୍ଷାଧିକ ଟଙ୍କାର ଠକେଇର ଶିକାର ହୋଇଛନ୍ତି ଅଭିଯୋଗକାରୀ

4/01/2021 at 12:20 PM

ଖୋର୍ଦ୍ଧା୪/୧:  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ। ଖୋର୍ଦ୍ଧା ଜିଲ୍ଳାପାଳଙ୍କ ସାମ୍ନାରେ ଏଭଳି ଘଟଣା ଦେଖିବାକୁ ମିଳିଛି।  ସାଇବର ଠକଙ୍କ ଦ୍ବାରା ୧୬ ଲକ୍ଷ ୩୨ ହଜାର ଟଙ୍କାର ଠକେଇର ଶିକାର ହୋଇଥିଲେ ଖୋର୍ଦ୍ଧା ବୋଲଗଡ ଥାନା ବାଙ୍କୋଇ ଗ୍ରାମର ବ୍ରଜବନ୍ଧୁ ସାହୁ। ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ କିରୋସିନ୍ ଢ଼ାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଗିରଫ କରିଛି।

ଠକେଇର ଶିକାର ହୋଇଥିବା ବ୍ରଜବନ୍ଧୁ ଏ ନେଇ ଗତ ୧୫ ଦିନ ତଳେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।  ବିଦେଶୀ ୱେବସାଇଟରେ ୧୬ ଲକ୍ଷ ୩୨ ହଜାର ଟଙ୍କା ଠକେଇର ଶିକାର ହୋଇ ଗତ ୧୫ ଦିନ ତଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ କରି ଟଙ୍କା ଫେରାଇବାକୁ ଜିଲ୍ଲାପାଳଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ହେଲେ ଏପର୍ଯ୍ୟନ୍ତ ସେ ଟଙ୍କା ଫେରି ପାଇ ନାହାନ୍ତି। ତେଣୁ ବାଧ୍ୟ ହୋଇ ବ୍ରଜବନ୍ଧୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି।

   Related Posts