Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଜିଲ୍ଲାପାଳଙ୍କ ପିଏଙ୍କ ମୃତ୍ୟୁ ଘଟଣା: ଜିଲ୍ଲାପାଳଙ୍କ ନାଁରେ ରୁଜୁ ହେଲା ହତ୍ୟା ମାମଲା, ଲାଗିଛି ସଂଗୀନ ଦଫା

15/11/2020 at 8:31 PM

ମାଲକାନଗିରି୧୫/୧୧: ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନାମରେ ହତ୍ୟା ମାମଲା ରୁଜୁ କଲା ମାଲକାନଗିରି ଆଦର୍ଶ ଥାନା ପୋଲିସ । ଜିଲ୍ଲାପାଳଙ୍କ ପୂର୍ବତନ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ପୁର୍ବରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ପୋଲିସ ଏତଲା ରୁଜୁ କରିନଥିଲା । ପରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ ପିଏ ପଣ୍ଡାଙ୍କ ସ୍ତ୍ରୀ ବନଜା । ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ତାଙ୍କ କାର୍ଯ୍ୟାଳୟର ଅନ୍ୟ ତିନି ଜଣ କର୍ମଚାରୀ ଭି. ବେଣୁ ରାଓ, ପ୍ରକାଶ ଚନ୍ଦ୍ର ସ୍ବାଇଁ ଏବଂ ଭଗବାନ ପାଣିଗ୍ରାହୀଙ୍କ ନାମରେ ମାଲକାନଗିରି ଏସ.ଡି.ଜେ.ଏମ କୋର୍ଟରେ ଏତଲା ଦେଇଥିଲେ ଜିଲ୍ଲାପାଳଙ୍କ ପୂର୍ବତନ ପିଏ ଦେବ ନାରାୟଣ ପଣ୍ଡାଙ୍କ ସ୍ତ୍ରୀ ବନଜା ପଣ୍ଡା ।

 ପିଏ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ୮ ମାସ ବିତି ଯାଇଥିଲେ ହେଁ ଏହି ଘଟଣାର ସବିଶେଷ ତଥ୍ୟ ପଦାକୁ ନଆସିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ତାଙ୍କ ପରିବାର ଲୋକେ । ମୃତ ଦେବ ନାରାୟଣ ପଣ୍ଡାଙ୍କ ସ୍ତ୍ରୀ ଏହି ଘଟଣାକୁ ନେଇ ପୂର୍ବରୁ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୋଲିସ ଏତଲା ରୁଜୁ କରିନଥିବାରୁ ଶେଷରେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ବନଜା । ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଦାଇ ବୋଲି କହିଛନ୍ତି ବନଜା ପଣ୍ଡା ।

 ଘଟଣାର ତଦନ୍ତ ଠିକ ଭାବେ  ହେଉ ନଥିବାରୁ କୌଣସି ନିଷ୍କର୍ଷ ବାହାରୁ ନାହିଁ । ଜିଲ୍ଲା ଏସପିଙ୍କ ଠାରୁ ଆରମ୍ଭ କରି ଡିଜିପି ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଫେରାଦ ହେବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ହେଲେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ୧୩ ତାରିଖ ଦିନ ପୋଲିସ ମାମଲା ରୁଜୁ କରିଛି । ଧାରା ୩୦୨, ୨୦୧, ୨୦୪ ଓ ୫୦୬  ଅନୁଯାୟୀ ଏତଲା ରୁଜୁ କରିଛି ପୋଲିସ । ଘଟଣାର ତଦନ୍ତ କରିବା ଲାଗି ଏସ.ଆଇ.ଟି ଘଟଣା କରାଯାଇଥିବା ମାଲକାନଗିରି ଏସପି କହିଛନ୍ତି ।

   Related Posts