ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ୱିଟ : ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନହେଲେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | September 08, 2020 IST

ବ୍ରହ୍ମପୁର ୦୮।୦୯: ଗତକିଛି ଦିନ ହେଲା ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ କମିବାରେ ଲାଗିଛି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ଜିଲ୍ଲାରେ ସଂକ୍ରମଣ ଗ୍ରାଫ ତଳକୁ ଖସୁଛି । ତେବେ ଜିଲ୍ଲାରେ ଯେପରି କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିବ , ସେଥିଲାଗି ସରକାର ଓ ସ୍ଥାନୀୟ ପ୍ରଶାସନ କିଛି ପଦକ୍ଷେପ ନେଇଛନ୍ତି ।  ଏହିପ୍ରରିପେକ୍ଷୀରେ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍‌ ଜାରି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

wp:html /wp:html

ଜିଲ୍ଲାପାଳଙ୍କ ଟ୍ୱିଟ୍‌ ଅନୁସାରେ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ସେ ଜିଲ୍ଲାବାସୀଙ୍କୁ ଆଉ ଥରେ ଅପିଲ କରିଛନ୍ତି । ସେହିପରି ଅଟୋ ,ବସ୍  କିମ୍ବା ଅନ୍ୟ କୌଣସି ଯାନବାହାନରେ ଯାତ୍ରୀ କରୁଥିବା ବେଳେ ମାସ୍କ ପରିଧାନ କରିବାକୁ ପରାମର୍ଶ ଦେଇଛନ୍ତି  । ଯଦି କୌଣସି ଯାତ୍ରୀ ଏହାର ଖିଲାପୀ କରିବେ , ତେବେ ସଂପୃକ୍ତ ଯାନର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା  । ଏନେଇ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.