Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ

ବରଗଡ ୧୦।୧୧ – ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ପଞ୍ଚାୟତର ଜନକେଡାରେ ଥିବା ଗୋପବନ୍ଧୁ ସେବା ସଦନରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ହଠାତ ପହଞ୍ଚି ଯାଇଥିଲେ । ବିନା ସୂଚନାରେ ଜିଲ୍ଲାପାଳ ଆଶ୍ରମରେ ପହଞ୍ଚିଥିଲେ । ଏହି ଆଶ୍ରମରେ ୨୫ ଜଣ ଦିବ୍ୟାଙ୍ଗ ଅନ୍ତେବାସୀ ଅଛନ୍ତି ।

 ଜିଲ୍ଲାପାଳ ଅନ୍ତେବାସୀଙ୍କ ସହ ଆଲୋଚନା କରିବା ପରେ ସେଠାରେ ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ । ଆଶ୍ରମ ପାଇଁ ନୂତନ ହଷ୍ଟେଲ ବିଲଡିଂ ନିର୍ମାଣ, ଆଶ୍ରମ ପରିସରରେ ଏଲଇଡି ଲାଇଟ ସଂଯୋଗ ଏବଂ ପିଇବା ପାଣି ପାଇଁ ଫିଲଟର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଆଶ୍ରମ ଆଶ୍ରମ କର୍ତ୍ତୃପକ୍ଷ ଦାବି କରିଥିଲେ । ଜିଲ୍ଲାପାଳ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ଜିଲ୍ଲାପାଳଙ୍କ ଅଚାନକ ସେବାଶ୍ରମ ପରିଦର୍ଶନ କରିଥିଲେ।

180 Views

   ସମ୍ବନ୍ଧିତ ଖବର