ବାଲେଶ୍ବରରେ ଶିଶୁପୁତ୍ର ବିକ୍ରି ଘଟଣା : ଶିଶୁ ବିକିଥିବା ମା' ଓ କିଣିଥିବା ମହିଳା ଘଟଣାକୁ କଲେ ସ୍ବୀକାର, ହେଲେ ଜିଲ୍ଲାପାଳ କରୁଛନ୍ତି ଅସ୍ବୀକାର

Published By : Prameya-News7 Bureau | September 15, 2019 IST

ବାଲେଶ୍ବର ୧୫।୯: ବାଲେଶ୍ବରରେ ଶିଶୁପୁତ୍ର ବିକ୍ରି ଘଟଣାରେ ନୂଆ ମୋଡ ଆସିଛି । ଶିଶୁ ବିକ୍ରି କରିଥିବା ମାଆ ଏବଂ ଶିଶୁ କିଣିଥିବା ମାଆ ଘଟଣାକୁ ସ୍ବୀକାର କରିଛନ୍ତି । ଏପଟେ କିନ୍ତୁ ବାଲେଶ୍ବର ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ଶିଶୁ ବିକ୍ରି ଘଟଣାକୁ ସ୍ବୀକାର କରିନାହିଁ ।

ଅଭାବ ଅନଟନରୁ ଶିଶୁକୁ ୨୦ହଜାର ଟଙ୍କାରେ ଅନ୍ୟ ଜଣଙ୍କୁ ଦେଇଥିବା ଶିଶୁର ମାଆ ମାନିଥିଲେ । ଏହାପରେ ଅତିରିକ୍ତ ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ସେହି ପରିବାରକୁ ୨୦ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଶିଶୁର ଶୁଭକାମନା କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଶିଶୁ ବିକ୍ରି ଘଟଣାକୁ ମାନିନାହାନ୍ତି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଦରଘା ପଡ଼ିଆ ନିକଟରେ ରହୁଥିବା ସେକ ପିରୁ ଓ ତାଙ୍କର ସ୍ତ୍ରୀ ହୁସୁନାତୁନ୍ ବିବି ସେମାନଙ୍କ ୮ଦିନର ଶିଶୁକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ପିଲା ଜନ୍ମ ହେବାର ୨ମାସ ପୂର୍ବରୁ ସେମାନେ ଫୁଲ ବଜାରର କୁଟନ ନିକଟରୁ ୭ହଜାର ଟଙ୍କା ଆଣିଥିଲେ । ଏହାପରେ କୁଟନ ୧୩ହଜାର ଟଙ୍କା ଦେଇ ପିଲାଟିକୁ ନେଇ ଯାଇଥିଲେ । ଏହାପରେ ଘଟଣା ସାମ୍ନାକୁ ଆସିଥିଲା । ଏବେ କିନ୍ତୁ ଜିଲ୍ଲାପାଳ ଘଟଣାକୁ କାହିଁକି ସ୍ବୀକାର କରୁନାହାନ୍ତି ତାହା ଜଣାପଡିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.