ସରପଞ୍ଚ କରୁଥିଲେ ମଦ ବେପାର, ବିଦାକଲେ ଜିଲ୍ଲାପାଳ

Published By : Prameya-News7 Bureau | May 11, 2021 IST

ବାଲିକୁଦା, ୧୧/୦୫: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହାଣ ସରପଞ୍ଚ ଜୀବନ ମହାରଣାଙ୍କୁ ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସରୁପଞ୍ଚ ବିଭିନ୍ନ ବେଆଇନ୍‌ କାର୍ଯ୍ୟରେ ଲିପ୍ତ ଥିବାରୁ ଜିଲ୍ଲାପାଳ ଏପରି ଆକ୍ସନ ନେଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ସରପଞ୍ଚ ଶ୍ରୀ ମହାରଣାଙ୍କ ନାମରେ ପୂର୍ବରୁ ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ବାବଦରେ କୋର୍ଟରେ କେସ ଚାଲୁରହିଛି । ଏହିସମୟରେ ଗତ ୧୦ ଦିନ ତଳେ ସମ୍ପୃକ୍ତ ସରପଞ୍ଚ ଇଟାପଡା ଠାରେ ଥିବା ତାଙ୍କର ଏକ ହୋଟେଲରେ ବେଆଇନ ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ ।

ଉଭୟ ମାମଲାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସରପଞ୍ଚ ମହାରଣାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ଏ ବାବଦରେ ରାହାଣ ପଂଚାୟତ ନ୍ୟାୟବ ସରପଞ୍ଚଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.