ବରଗଡ଼: 'ନୋ କ୍ଲାସ୍ ନୋ ଫି' ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ

Published By : Prameya-News7 Bureau | November 23, 2020 IST

ବରଗଡ଼୨୩/୧୧: 'ନୋ କ୍ଲାସ୍ ନୋ ଫି' ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ। ଏ ନେଇ ବରଗଡ଼ ପଞ୍ଚାୟତ କଲେଜର କମ୍ପ୍ୟୁଟର ସାଇନ୍ସ ଛାତ୍ରଛାତ୍ରୀ ଜିଲ୍ଲାପା ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଦୀର୍ଘ ୮ ମାସ ହେବ ବରଗଡ଼ ପଞ୍ଚାୟତ କଲେଜରେ ଗୋଟିଏ ବି କ୍ଲାସ ହୋଇ ନାହିଁ। ଏ ନେଇ ଚଳିତ ସେମିଷ୍ଟାର ପରୀକ୍ଷା ଫି ଛାଡ଼ କରିବାକୁ ଛାତ୍ର ଛାତ୍ରୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏ ନେଇ ଦୀର୍ଘ ୪ ଘଣ୍ଟା କାଳ ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ବସିଥିଲେ। ବରଗଡ଼ ଜିଲ୍ଳାପାଳ ଶ୍ରୀ ପ୍ରଧାନ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.