ବାପାଙ୍କ ସହ ବାଇକ୍‌ରେ ଫେରୁଥିବା ବେଳେ ଖସିପଡିଲେ ଝିଅ, ଚାପିଦେଲା ତେଲ ଟ୍ୟାଙ୍କର

Published By : Prameya-News7 Bureau | April 08, 2021 IST

ଭୁବନେଶ୍ବର ୮।୪: ସଡକ ଦୁର୍ଘଟଣାରେ ଚାଲିଗଲା ଛାତ୍ରୀଙ୍କ ଜୀବନ । ଜାଆଁଳା ଫାଣ୍ଡି ଜଟଣୀ ଗେଟ୍ ନିକଟରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ବାପାଙ୍କ ସହ କଲେଜରୁ ଘରକୁ ଫେରୁଥିବା ବେଳେ ଖସି ପଡିଥିଲେ ଝିଅ । ପରେ ପଛରେ ଆସୁଥିବା ତେଲ ବୋଝେଇ ଟ୍ୟାଙ୍କରଟି ଝିଅକୁ ଚାପି ଦେଇଥିଲା । ଫଳରେ ଘଟଣାସ୍ଥଳରେ ୧୬ ବର୍ଷ ବୟସର କଲେଜ ଛାତ୍ରୀ ପରିମିତା ରାଉତଙ୍କ ମୃତ୍ୟୁ ହୋଇଛି ମୃତ ଛାତ୍ରୀଙ୍କ ଘର ଯାଜପୁର ଜିଲ୍ଲା ଧର୍ମଶାଳା ରଘୁନାଥପୁର ଅଞ୍ଚଳରେ । କୋଭିଡ୍ ଯୋଗୁଁ କଲେଜରୁ ଝିଅକୁ ଆଣି ଘରକୁ ଫେରୁଥିଲେ । ଫେରିବା ବାଟରେ ବାଇକ୍ ଆଗରେ କୁକୁର ପଶି ଯିବାରୁ ଦୁର୍ଘଟଣା ଘଟିଥିବା କୁହଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.