ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା, ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

Published By : Prameya-News7 Bureau | January 18, 2021 IST

କଣ୍ଟାବାଞ୍ଝି ୧୮।୧: ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା । ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷା ମିନତୀ ରଥଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି । ମିନତୀ ରଥ କଲେଜ ଲାଇବ୍ରେରିଆନଙ୍କଠାରୁ ୮୦ ହଜାର ଟଙ୍କା ନେଉଥିବା ବେଳେ ବଲାଙ୍ଗୀର-ସୋନପୁର-ସମ୍ବଲପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।

ଲାଇବ୍ରେରିଆନ ଡୋଲାମଣି ମେହେର ଗୋଟିଏ ଦିନ କୌଣସି ଛୁଟି ଦରଖାସ୍ତ ନଦେଇ କଲେଜ ଆସିନଥିଲେ । ତେବେ ଅଧ୍ୟକ୍ଷା ଲାଇବ୍ରେରିଆନ କାହିଁକି କଲେଜ ଆସିଲନାହିଁ ବୋଲି ପଚାରିଥିଲେ । ପରେ କାରଣ ଦର୍ଶାଅ ନୋଟିସ ଦେବା ସହ ୧ ଲକ୍ଷ ଟଙ୍କା ନଦେଲେ ଚାକିରୀରୁ ବିଦା କରିଦେବି ବୋଲି ଧମକ ଦେଇ ଆସୁଥିଲେ । ତେବେ ଲାଇବ୍ରେରିଆନଙ୍କୁ ଅଧ୍ୟକ୍ଷା ପ୍ରଥମେ ୮୦ ହଜାର ଏବଂ ପରେ ୨୦ ହଜାର ଟଙ୍କା ଦେବାକୁ ଚାପ ଦେଉଥିଲେ । ତେବେ ସୋମବାର ଅଧ୍ୟକ୍ଷାଙ୍କ ଘରେ ୮୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ବିଭାଗ ଅଧ୍ୟକ୍ଷାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.