ଆଦିବାସୀ ଛାତ୍ରଙ୍କ ନାଁରେ ଷ୍ଟଡି ଲୋନ୍ କରି ଟଙ୍କା ଆତ୍ମସାତ୍, କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ହେଲେ ଛାତ୍ରମାନେ

Published By : Prameya-News7 Bureau | September 24, 2019 IST

ମୋରଡା ।୯: ଆଦିବାସୀ ଛାତ୍ରଙ୍କ ନାଁରେ ଷ୍ଟଡି ଲୋନ୍ କରି ଟଙ୍କା ଆତ୍ମସାତ ଅଭିଯୋଗ। ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ପାଟପୁରରେ ଥିବା ଘରୋଇ ଇଞ୍ଜିନିୟରିଂ କଲେଜର କର୍ତ୍ତୃପକ୍ଷ ଆଦିବାସୀ ଛାତ୍ରଙ୍କ ଷ୍ଟଡି ଲୋନ୍ ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି ।

{"id":161877}

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଏସ ଏସ ବି ରିଜିଓନାଲ ଇନଷ୍ଟିଟ୍ୟୁସନ ଅଫ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି କଲେଜରେ ପାଠ ପଢ଼ୁଥିବା ଛାତ୍ରମାନେ ଗତକାଲି ବାରିପଦା ସ୍ଥିତ ବିଜୟା ବ୍ୟାଙ୍କରୁ ନିଜ ବ୍ୟାଙ୍କ ଷ୍ଟେଟମେଣ୍ଟ ବାହାର କରିବା ବେଳେ ଏହି ଘୋଟାଲା ସମ୍ପର୍କରେ ଜାଣିଥିଲେ । ଛାତ୍ରଛାତ୍ରୀ ମାନଙ୍କ ନାଁରେ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ମାନଙ୍କର ଅଜାଣତରେ ବ୍ୟାଙ୍କରୁ ଷ୍ଟଡି ଲୋନ କରି ଟଙ୍କା ଆତ୍ମସାତ୍ କରିଥିବା ଅଭଯୋଗ କରିଛନ୍ତି ।

{"id":161878}

ଗତକାଲି ପ୍ରାୟ ରାତି ୧୦ ଟା ସମୟରେ ୫୬ ଜଣ ଛାତ୍ର ୫ କିଲୋମିଟର ବର୍ଷାରେ ଭିଜି ଭିଜି ମୋରଡା ଥାନାରେ ଯାଇ ଏ ସମ୍ପର୍କରେ ଏତଲା ଦେଇଥିଲେ । ଛାତ୍ରମାନଙ୍କ ଏଭଳି ସଂଗୀନ ଅଭିଯୋଗ ପରେ ମୋରଡା ଥାନାରେ ନିର୍ଦ୍ଦେଶକ ପହଞ୍ଚି ଛାତ୍ରମାନଙ୍କୁ କଲେଜ ହଷ୍ଟେଲରୁ ବହିଷ୍କାର କରାଯିବ ବୋଲି ଧମକ ଦେଇଥିଲେ । ତେବେ ବିଳମ୍ବିତ ରାତ୍ରି ପ୍ରାୟ ୨ଟାରେ ଥାନା ଅଧିକାରୀଙ୍କ ସହଯୋଗରେ  ଛାତ୍ରମାନଙ୍କୁ ଆଣି କଲେଜ ହଷ୍ଟେଲରେ ଛାଡି  ଦିଆଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଛି ମୋରଡା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.