ଜାଡ ଆହୁରି ଦୁଇଦିନ: ପାଣିପାଗ ବିଜ୍ଞାନ କେନ୍ଦ୍ର

Published By : Prameya-News7 Bureau | December 30, 2018 IST

ଭୁବନେଶ୍ବର୩୦|୧୨: ସାରା ରାଜ୍ୟରେ ଶୀତ ଲହରୀ ଜାରି । ଥଣ୍ଡା ପବନରେ ଦେହହାତ କାଲୁଆ ହୋଇଯାଉଛି । ରାଜ୍ୟର ୧୮ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଛି ତାପମାତ୍ରା । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ୩.୫ ଡ଼ିଗ୍ରୀ ଓ ଫୁଲବାଣୀରେ ତାପମାତ୍ରା ରହିଛି ୪.୫ ଡିଗ୍ରୀ ସେଲସିୟସ । ସେହିଭଳି ଡିସେମ୍ବର ମାସରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ରାଜଧାନୀ ଭୁବନେଶ୍ବର । ଭୁବନେଶ୍ବରରେ ୯ ଡିଗ୍ରୀ ତଳକୁ ଖସିଛି ପାରଦ । ତେବେ ଆହୁରି ଦୁଇ ଦିନ ରାଜ୍ୟରେ ଜାରି ରହିବ ଶୀତ ଲହରୀ । ଏବେ ରାଜ୍ୟରେ ଉତ୍ତର ଦିଗରୁ ୧୦ରୁ ୧୫ କିଲେ।ମିଟର ବେଗରେ ପବନ ବହୁଛି । ଫଳରେ ଏହାର ପ୍ରଭାବରେ ଆସନ୍ତା କାଲି ଅନେକ ସ୍ଥାନରେ ଶୀତ ଲହରୀ ଅନୁଭବ ହେବ ବେ।ଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.