ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଜାରି ରହିବ ଶୀତ ଲହରି, ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ

Published By : Prameya-News7 Bureau | December 31, 2018 IST

ଭୁବନେଶ୍ବର ୩୧|୧୨: ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଜାରି ରହିବ ଶୀତ ଲହରି । ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୩, ଅନୁଗୋଳ ୫.୬, କଟକ-୮.୮, ଭୁବନେଶ୍ବର-୯.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ୨୦ଟି ସହରର  ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଉତ୍ତର ଦିଗରୁ ୧୦ରୁ ୧୫ କିମି ବେଗରେ ପବନ ବହୁଛି । ଯାହା ଫଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି  । ଆଗାମୀ ୨ ଦିନ ପର୍ଯ୍ୟନ୍ତ ଫୁଲବାଣୀ ଓ ଦାରିଙ୍ଗିବାଡିରେ ହାଲ୍‌କା ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୩ ତାରିଖ ପରଠାରୁ ପବନର ଦିଗ ପରିବର୍ତ୍ତନ ହେଲେ ପାଗରେ ପରିବର୍ତ୍ତନ ହେବ ।

କେବଳ କନ୍ଧମାଳ ନୁହେଁ ରାଜ୍ୟର ବିବିନ୍ନ ଜିଲ୍ଲାରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲାର କାଂଜିପାଣି ଘଟିରେ ମଧ୍ୟ ତୁଷାରପାତ ହେଉଛି । ରାଜଧାନୀ ଭୁବନେଶ୍ବରରେ ପ୍ରଚଣ୍ଡ ଥଣ୍ଡା ଅନୁଭୂତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.