Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପୁଣି ରାଜ୍ୟରେ ଶୀତ ଲହରୀ ; ଦାରିଙ୍ଗବାଡିରେ ପାରଦ ସର୍ବନିମ୍ନ ୪ଡିଗ୍ରୀ ଛୁଇଁଲା, ଆଉ ୪ଦିନ ଲାଗି ରହିବ ଶୀତ

31/01/2019 at 10:06 AM

ଭୁବନେଶ୍ବର ୩୧|୧: ଫେରିଛି ଶୀତ । ରାଜ୍ୟରେ ପୁଣିଥରେ ଶୀତ ଲହରୀ ଆରମ୍ଭ ହୋଇଯାଇଛି । ସଂଧ୍ୟା ହେବା ସହିତ ଶୀତ ବଢ଼ୁଛି । ପର ଦିନ ସକାଳ ୧୦ଟା ପର୍ଯ୍ୟନ୍ତ ଜାରି ରହୁଛି ଶୀତର ପ୍ରଭାବ । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗିବାଡ଼ିରେ ତାପମାତ୍ରା ୪ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ୧୬ଟି ଜିଲ୍ଲାରେ ଜାରି ରହିବ ଶୀତ ଲହରୀ । ନବରଙ୍ଗପୁର, ନୂଆପଡ଼ା, ବରଗଡ଼, କଳାହାଣ୍ଡି, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବରରେ ଶୀତର ପ୍ରଭାବ ବେଶୀ ଅନୁଭୂତ ହେବ। ଆକାଶରୁ ବାଦଲ ଉଭେଇ ଯାଇଥିବା ବେଳେ  ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ତେବେ କୁହୁଡ଼ି ଏତେ ପରିମାଣରେ ଦେଖାଯିବନି ।ଓଡ଼ିଶାର କେତେକ ଅଞ୍ଚଳରେ କୋଲ୍ଡ ୱେଭ୍ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଗ ମୁଖ୍ୟତଃ ଶୁଖିଲା ରହିବା ସାଙ୍ଗକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହିବା ଯୋଗୁଁ ଶୀତ ବଢୁଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି ।

   Related Posts