ପୁଣି ଲେଉଟିଲା ଶୀତ : ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଖସିଲା ପାରଦ
12/01/2020 at 8:55 AM

ଭୁବନେଶ୍ବର ୧୨।୧: ପୁଣି ଲେଉଟିଛି ଶୀତ । କିଛି ଦିନର ବ୍ୟବଧାନ ପରେ ପୁଣି ନିମ୍ନମୁହାଁ ପାରଦ । ଉତ୍ତରା ପବନ ଉପକୂଳବର୍ତ୍ତୀ ଜିଲ୍ଲା ଓ ପଶ୍ଚିମ ଓଡ଼ିଶାକୁ ଥରାଉଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ବି ସ୍ଥିତି ସଙ୍ଗୀନ । ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ଆହୁରି ୫ ଡିଗ୍ରୀ ତଳକୁ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ବାଲେଶ୍ବର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ପୁରୀ ଜିଲ୍ଲାରେ ଶୀତ ଆହୁରି ବଢ଼ିବ । ଗତକାଲି ରାଜ୍ୟର ୮ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିଲା । କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ବି ଘନ କୁହୁଡି ଲାଗି ରହିଛି । ତାହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।