Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ପ୍ରବଳ ଜାଡରେ ଥରୁଛି ଉଦଳା; ୧୦ ଡିଗ୍ରୀ ତଳେ ରହିଛି ପାରଦ

25/12/2018 at 10:25 AM

ଉଦଳା ୨୫/୧୨ : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଯାହାକି ଶୀତର ପ୍ରକୋପ ବିଶେଷ କରି ଉଦଳାରେ ସବୁଠାରୁ ଅଧତ୍କ ରହିଛି । ପ୍ରବଳ ଜାଡରେ ଥରୁଛି ଉଦଳା ସହର । ସକାଳ ସମୟରେ ଲୋକେ ମର୍ନିଙ୍ଗୱାକ ପାଇଁ ଯାଇଥାନ୍ତି | ଏବେ କିନ୍ତୁ ସେସବୁ ଦେଖିବାକୁ ମିଳୁନି | ଶୀତର ପ୍ରକୋପ ଏତେ ବଢି ଗଲାଣି ଯେ ଲୋକେ ୯ଟା ପୂର୍ବରୁ ଘରୁ ବାହାରି ପାରିନାହାନ୍ତି | ଯଦିବା କିଏ କୌଣସି କାମରେ ବାହାରକୁ ଆସୁଛି ତବେ ଦେହରେ ଶୀତବସ୍ତ୍ର ପିନ୍ଧି ଆସୁଛନ୍ତି ।

ସକାଳ ପାହିଲେ ନିଅଁ। ପୁଇଁ ହେଉଛନ୍ତି ଲୋକେ । ଏହା ସହିତ କିଭଳି ଶୀତରୁ ଟିକେ ତ୍ରାହି ପାଇବା ପାଇଁ ସକାଳ ପାହିଲେ ଚାହା ଦୋକାନ ପାଖରେ ଲାଗୁଛି ଭିଡ । ଏପରିକି ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଯିବା ପାଇଁ ମଧ୍ୟ ନାନା ଅସୁବିଧା ହେଉଛି । ସେହିପରି ବୃଦ୍ଧବୃଦ୍ଧାଙ୍କ ପାଇଁ ଏହି ଶୀତ ସହ୍ୟ କରିବା କଷ୍ଟକର ହୋଇଛି । ଏଭଳି ସ୍ଥଳରେ ଉଦଳାରେ ପାରଦ ୧୦ ଡିଗ୍ରୀରୁ ତଳେ ରହିଥିବା ବେଳେ ଦିନକୁ ଦିନ ଶୀତ ବଢିବାରେ ଲାଗିଛି । ସକାଳ ୮ଟା ଯାଏଁ ଘନ କୁହୁଡି ଘୋଡେଇ ହେଇ ରହୁଛି |

ସବୁପରେ ଅସହ୍ୟ ଶୀତରେ ଥରୁଛି ଉଦଳା ଏବଂ କପ୍ତିପଦା ଉପଖଣ୍ଡ । ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଶୀତର ପ୍ରଭାବ ବଢି ଚାଲିଲେ ଏହାକୁ ସହ୍ୟ କରିବା କଷ୍ଟଦାୟକ ହେବ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି । କେବଳ ସେତିକି ନୁହେଁ ଶୀତର ପ୍ରଭାବରେ ଖେଳ ପଡିଆ ବି ଏବେ ଖାଲି ହୋଇପଡିଛି । କାରଣ ଜାଡର ପରିମାଣ ଅଧତ୍କ ଥତ୍ବାରୁ କେହି ଖେଳିବା କିମ୍ବା ବ୍ୟାୟାମ କରିବା ପାଇଁ ମଧ୍ୟ ଆସୁ ନ ଥିବା ଦେଖାଯାଇଛି । ପ୍ରତିବର୍ଷ ଶୀତରେ ଉଦଳାରେ ଏପରି ପ୍ରଭାବ ପଡି ନଥିବାବେଳେ ଚଳିତ ବର୍ଷ ଜାଡରେ ପୁରା ଥରହର ଉଦଳା ସହର । ଶିମିଳିପାଳ ପାଦଦେଶରେ ଥିବାରୁ କପ୍ତିପଦା ଉପଖଣ୍ଡରେ ଶୀତର ପ୍ରକୋପ ଅଧତ୍କ ରହିଛି ବୋଲି କୁହାଯାଉଛି ।

   Related Posts