୮ ଓ ୯ରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା , ରାଜ୍ୟର ଏହି ସ୍ଥାନରେ କୋଲ୍ଡଓ୍ୱେଭ ୧୦ରୁ ପୁଣି ଶୀତ ଲେଉଟିବ

Published By : Prameya-News7 Bureau | January 07, 2020 IST

ଭୁବନେଶ୍ୱର ୦୭।୦୧ - ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି ।  ଅନୁଗାଳ ପାଇଁ କୋଲ୍ଡ ୱେଭ୍‌ ଜାରି ରହିବାର ସମ୍ଭାବନା ରହିଛି ।

ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଟିଟିଲାଗଡ-୭.୬ ଡିଗ୍ରୀ ରେକର୍ଡ କରାଯାଇଛି ।  ସେହିପରି ଅନୁଗୋଳରେ ୮ ଡିଗ୍ରୀ, କେନ୍ଦୁଝର ୯.୮, ଫୁଲବାଣୀ ୮.୫, ସୋନପୁର-୯. ଦାରିଙ୍ଗିବାଡିରେ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇଛି ।

୮ ଓ ୯ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା  ରହିଛି ।  ୧୦ତାରିଖରୁ ପୁଣି ଶୀତ ଲେଉଟିବ ବୋଲି ଜଣା ପଡିଛି ।  ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ଶୀତ ହେବ  ତାଳଚେର, ଭବାନୀପାଟଣା, କୋରାପୁଟ, ଫୁଲବାଣୀ, ସୋନପୁରରେ କୁହୁଡି ଦେଖାଦେଇଛି ।

ରବିବାର ରାତିରେ ୪ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲସିୟସ୍‌ ତଳେ ଥିବାବେଳେ ସୋମବାର ଶୀତ ପ୍ରକୋପ ଆହୁରି ବଢ଼ିଯାଇଛି । ଆଭ୍ୟନ୍ତରୀଣ ସହ ଉପକୂଳ ଓଡ଼ିଶା ଥରୁଛି ଥଣ୍ଡାରେ । ମଙ୍ଗଳବାର ବି ଶୀତ ପ୍ରକୋପରୁ ନିସ୍ତାର ମିଳିବନି । କିନ୍ତୁ ବୁଧବାରଠାରୁ ପାଗ ବଦଳିବା ସହ ପୁଣି ଥରେ ବର୍ଷା ସମ୍ଭାବନା ଅଛି । ୮ରୁ ୧୦ ତାରିଖ ଯାଏଁ ବର୍ଷା ହୋଇପାରେ ।

ବର୍ଷା କମିବା ସହ ପାଗ ଫିଟିବା ପରେ ରାଜ୍ୟକୁ ଉତ୍ତର ଦିଗରୁ ଥଣ୍ଡା ପବନ ବହିବା ଆରମ୍ଭ କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ, ମଙ୍ଗଳବାର ସକାଳେ ବଲାଙ୍ଗିର, ସୋନପୁର, କଳାହାଣ୍ଡି, କନ୍ଧମାଳରେ ଘନ କୁହୁଡ଼ି ଘେରିବ । ମଙ୍ଗଳବାର ରାତି ଓ ବୁଧବାର ସକାଳେ ଉପକୂଳ ଓଡ଼ିଶାରେ ଶୀତ ପ୍ରକୋପ ବଢ଼ିବ । ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ କମିପାରେ । ଆସନ୍ତା ଦୁଇଦିନ ଭିତରେ ରାଜ୍ୟର କେତେକ ସ୍ଥାନରେ ରାତି ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରୀ ଖସିପାରେ । ରାତି ତାପମାତ୍ରା ବଢ଼ିବା ସହ ଶୀତ କମିବ ।

ଚାଷୀକୁଳ ପାଇଁ ଚିନ୍ତାର ବିଷୟ ହେଲା, ଆସନ୍ତା ୮ରୁ ରାଜ୍ୟରେ ପୁଣି ବର୍ଷା ଆଶଙ୍କା ଦେଖା ଦେଇଛି । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ୮ରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୯ ତାରିଖରେ ଉତ୍ତର ଓଡ଼ିଶା ସମେତ ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ୧୦ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଓ ଗଜପତିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଅନ୍ୟପକ୍ଷରେ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.