ଭୁବନେଶ୍ବରରେ ସର୍ବକାଳୀନ ସର୍ବନିମ୍ନ ତାପମାତ୍ରା ୮.୨, ଦାରିଙ୍ଗିବାଡ଼ିରେ ୩.୫ କେନ୍ଦୁଝରରେ ତୁଷାରପାତ: ଉତ୍ତରଭାରତରେ ଭାଙ୍ଗିଲା ୨୮ ବର୍ଷର ରେକର୍ଡ

Published By : Prameya-News7 Bureau | December 30, 2018 IST

ରେକର୍ଡ ଭାଙ୍ଗିଛି ଶୀତ। ଏବର୍ଷ ସାରା ଦେଶରେ ଯେଉଁଭଳି ଶୀତ ପଡ଼ିଛି ତାହା ଗତ ୨୮ ବର୍ଷର ରେକର୍ଡ ଭାଙ୍ଗିଛି ।ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶରେ ବରଫର ମୋଟା ଆସ୍ତରଣ ଦେଖିବାକୁ ମିଳିଥିବା ଓଡ଼ିଶାରେ କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରେ ତୁଷାରପାତ ଦେଖିବାକୁ ମିଳିଛି । …

{"id":68819}

ଶୀତରେ କୋରାପୁଟର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ।ଘନ କୁହୁଡ଼ିରେ ପାହାଡ଼ ଉହାଡ଼ରେ ସୂର୍ଯ୍ୟୋଦୟର ଦୃଶ୍ୟ ।ପ୍ରବଳ ଶୀତରେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରକୃତିପ୍ରେମୀଙ୍କୁ ପାଗଳ କରିଦେଇଛି ।

{"id":68820}

ଶୀତର ପ୍ରତିଟି ଦୃଶ୍ୟ ଦେଖିଲେ ଲାଗୁଛି ଯେମିତି ଏହା କୌଣସି ଶିଳ୍ପୀର ତୁଳୀର ସ୍ପର୍ଶ ।ଆଉ ଏହି ସୌନ୍ଦର୍ଯ୍ୟରେ ସାମିଲ ହୋଇଯାଇଛନ୍ତି ବିଦେଶାଗତ ପକ୍ଷୀ ।ପ୍ରକୃତିର ଏପରି ଅପରୂପ ସୌନ୍ଦର୍ଯ୍ୟ ଭିତରେ ଫଟୋ ଉଠାଇ ପର୍ଯ୍ୟଟକ ବେଶ୍‌ ମଜା ଉଠାଉଛନ୍ତି ।…

{"id":68821}

ଗୋଟିଏ ପଟେ ପ୍ରାକୃତିକ ସୌନ୍ଦର୍ଯ୍ୟ ଅନ୍ୟପଟେ ଜାଡ଼ କଷ୍ଟ ।ନିଆଁଜାଳି ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଲୋକଙ୍କର ଚେଷ୍ଟା ।କନ୍ଧମାଳ ଓ କେନ୍ଦୁଝ ଜିଲ୍ଲାରେ ଦେଖିବାକୁ ମିଳିଛି ତୁଷାରପାତ । ଥଣ୍ଡା ପବନରେ ଦେହହାତ କାଲୁଆ ହୋଇଯାଉଛି ।

{"id":68822}

ରାଜ୍ୟରେ ୧୮ଟି ସ୍ଥାନରେ ରାତ୍ରିର ତାପମାତ୍ରା ରହିଛି ୧୦ ଡିଗ୍ରୀ ତଳେ। ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ଓ ଫୁଲବାଣୀରେ ୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିଭଳି ଭୁବନେଶ୍ବରର ତାପମାତ୍ରା ରହିଛି ୮.୨ ।

{"id":68823}

ତେବେ ରାଜଧାନୀର ତାପମାତ୍ରା ଡିସେମ୍ବର ମାସରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ।ପୂର୍ବରୁ ରାଜଧାନୀରେ ତାପମାତ୍ରା କେବେ ୮ ଡିଗ୍ରୀ ଯାଏଁ  ଖସିନଥିଲା। ଆହୁରି ଦୁଇ ଦିନ ରାଜ୍ୟରେ ଜାରି ରହିବ ଶୀତ ଲହରୀ । ଏବେ ରାଜ୍ୟରେ ଉତ୍ତର ଦିଗରୁ ୧୦ରୁ ୧୫ କିମି ବେଗରେ ବହୁଛି ପବନ ।…

{"id":68824}

ସେପଟେଜାଡ ମାଡ଼ରେ ଉତ୍ତର ଭାରତ ପୁରା ଥରହର ।୨୮ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । କାଶ୍ମୀରରୁ କନ୍ୟାକୁମାରୀ, ଗୁଜରାଟରୁ ଅରୁଣାଚଳ ପ୍ରଦେଶ ସାରାଦେଶରେ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ ।

{"id":68825}

ମାଇନସ୍ ଡିଗ୍ରୀରେ ଥରୁଛି ଜାମ୍ମୁ ଓ କାଶ୍ମୀର । ଗୁଲମର୍ଗ ଯିବା ବେଳେ ଲୁଚିଯାଇଛି ରାସ୍ତା । ଦୁଇ କଡ଼ରେ ଥିବା ବଣଜଙ୍ଗଲ, ପାହାଡ଼ ପର୍ବତ ସବୁକିଛି ବରଫାବୃତ ହୋଇ ରହିଛି। ମାଇନସ୍ ଡିଗ୍ରୀ ତାପମାତ୍ରା ରହିବା କାରଣରୁ ଜାମ୍ମୁ କାଶ୍ମୀରର ଅଧିକାଂଶ ଭାଗରେ ଏବେ ବରଫର ମୋଟା ଆସ୍ତରଣ ଦେଖିବାକୁ ମିଳିଛି ।

{"id":68826}

ଉତ୍ତରାଖଣ୍ଡ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ସେହି ସମାନ ସ୍ଥିତି ।  ଘରଦ୍ବାର, ଗଛଲତା ସବୁକିଛି ବରଫମୟ । ସେହିଭଳି ଦିଲ୍ଲୀରେ ମଧ୍ୟ ଚଳିତ ଥର ରେକର୍ଡ ସ୍ଥରରେ ଛୁଇଁଛି ଶୀତ। ପ୍ରବଳ ଶୀତ ଯୋଗୁ ରାତ୍ରିକାଳୀନ ଆଶ୍ରୟସ୍ଥଳୀ ଗୁଡ଼ିକରେ ଲୋକମାନେ ନାହିଁନଥିବା ହଇରାଣର ଶିକାର ହେଉଛନ୍ତି।…

{"id":68827}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.