ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ଶୀତ ଲହରୀ : ଆଗକୁ ଆହୁରି ୨ରୁ ୪ ଡିଗ୍ରୀ ତାପମାତ୍ରା କମିବା ସମ୍ଭାବନା

Published By : Prameya-News7 Bureau | January 13, 2020 IST

ଭୁବନେଶ୍ବର ୧୩/୧: ପ୍ରବଳ ଥଣ୍ଡାରେ ଥରୁଛି ଓଡିଶା । ଗତକାଲିଠାରୁ ପୁଣି ଶୀତର ପ୍ରକୋପ ବୃଦ୍ଧି ପାଇଛି। ଦାରିଙ୍ଗବାଡ଼ି ଓ ଫୁଲବାଣୀର ସମେତ ଅନ୍ୟ ସ୍ଥାନରେ ତାପମାତ୍ରା ହ୍ରାସ ପାଇବା ସହ ପ୍ରବଳ ଜାଡ଼ ସହ ଘନ କୁହୁଡ଼ି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଉତ୍ତର, ଆଭ୍ୟନ୍ତରୀଣ, ଉପକୂଳ ଚାରିଆଡେ ଶୀତ ଲହରୀ ।

{"id":210425,"sizeSlug":"large"}

ରାଜ୍ୟର୧୩ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ସୋନପୁରର ସର୍ବନିମ୍ନ ତାପମାତ୍ରା ୪.୪ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ତାପମାତ୍ରା ୫ ଡ଼ିଗ୍ରୀ  ଥିବା ବେଳେ ଦାରିଙ୍ଗବାଡ଼ିରେ ତୁଷାରପାତ ଦେଖିବାକୁ ମିଳିଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନଥିବାରୁ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ ।

{"id":210426,"sizeSlug":"large"}

ବିଶେଷ କରି  ଟିଟିଲାଗଡ଼, ଭବାନୀପାଟଣା, କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ମଧ୍ୟ ଦେଖାଦେବ । ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୧ରୁ ୨ ଡ଼ିଗ୍ରୀ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

{"id":210427,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.