Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କିଛି ସ୍ଥାନରେ ବର୍ଷା ସମ୍ଭାବନା, ଓଡିଶାରେ ଅସହ୍ୟ ଥଣ୍ଡା – ରାଜ୍ୟର ୧୪ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି

31/12/2019 at 6:46 PM

ଭୁବନେଶ୍ୱର ୩୧।୧୨ – ଥରୁଛି ସାରା ଭାରତ । ଉତ୍ତର, ପଶ୍ଚିମ ଏବଂ ମଧ୍ୟ ଭାରତ ସମେତ ଓଡିଶାରେ ଅସହ୍ୟ ଥଣ୍ଡା । ଅସମ୍ଭାଳ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ । ଦିଲ୍ଲୀର ତାପମାତ୍ରା ପ୍ରତିଦିନ ରେକର୍ଡ ଭାଙ୍ଗୁଥିବା ବେଳେ ପୂରା ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି । ରାଜ୍ୟର ୧୪ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି ।

କୋହଲା ପବନ କମିଛି, ଖରା ତାତି ବି ବଢ଼ିଛି ।କିନ୍ତୁ ଜାଡ଼ରୁ ନିସ୍ତାର ନାହିଁ ।ଉପାନ୍ତରୁ ଉପକୂଳ ସବୁଠି ଅସମ୍ଭାଳ ଜାଡ । ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ସକାଳ ୧୦ଟା ନହେଲେ ଘରୁ ବାହାରିବା ମୁସ୍କିଲ । ଆଉ ସଞ୍ଜ ନଉଁ ନଉଁ ତାଟି କବାଟ ପଡିଯାଉଛି ।

ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକେ ନିଆଁ ଚାରିପଟେ ମେଳି ବାନ୍ଧୁଛନ୍ତି । ଏପଟେ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗକୁ ଆସୁଛି ବର୍ଷା ।

ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ କୁଆପଥର ପଡିବାର ସମ୍ଭାବନା ରହିଛି । ଦୁଇ ଏବଂ ତିନି ତାରିଖରେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳୁ, ଖୋର୍ଦ୍ଧା, ସୋନପୁର ଏବଂ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ବର୍ଷା ପରେ ପାରଦ ଆହୁରୀ ଖସିବ ।

୧ ରୁ ୨ ଡିଗ୍ରୀ ପାରଦ ଖସିବା ସହ ଥଣ୍ଡା ଅନୁଭୂତ ହେବ ।

ରାଜ୍ୟର ୧୪ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି ।୫ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଥଣ୍ଡା ସହର । ସୋନପୁରରେ ୫.୬, ଦାରିଙ୍ଗିବାଡିରେ ୬ ଡିଗ୍ରୀ, କେନ୍ଦୁଝର ୬.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୬.୫,  ଟିଟିଲାଗଡ ୮, ଝାରସୁଗୁଡା ୮, ତାଳଚେର ୮.୬, ସମ୍ବଲପୁର ୮.୬, ହୀରାକୁଦ ୯.୬, ସୁନ୍ଦରଗଡରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବରରେ ତାରପମାତ୍ରା ୯.୮ ଏବଂ କଟକରେ ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଉତ୍ତର ଏବଂ ମଧ୍ୟ ଭାରତରେ ଶୀତର ପ୍ରକୋପ ବଢି ବଢି ଚାଲିଛି। ଦିଲ୍ଲୀରେ ଲଗାତର ଭାବେ ପାରଦ ୫ ଡିଗ୍ରୀ ତଳେ ରହୁଛି।୧୧୯ ବର୍ଷର ରେକର୍ଡ ଭାଙ୍ଗିସାରିଲାଣି ଦିଲ୍ଲୀର ସର୍ଦ୍ଦି।  ଅସମ୍ଭାଳ ଥଣ୍ଡାରେ ଲୋକେ କଲବଲ ହୋଇଗଲେଣି । ପ୍ରବଳ କୁହୁଡି ଯୋଗୁଁ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀ ବିମାନବନ୍ଦରରୁ ୪୫୦ ଉଡ଼ାଣ ବିଳମ୍ବ ହେଉଥିବା ବେଳେ ୨୧ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି ।ସେହିଭଳି ୪୦ଟି ବିମାନର ଉଡାଣକୁ ବାତିଲ କରି ଦିଆଯାଇଛି । ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ଶୀତ ପ୍ରବଳ ଅନୁଭୂତ ହେଉଛି । ( 4-win)

ଜାମ୍ମୁକାଶ୍ମୀର, ଲେହ-ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ତ ପାରଦ ଆଉ ଉଠୁନି । ରାସ୍ତାଘାଟ, ଗଛରେ ବରଫର ଆସ୍ତରଣ ଜମିଥିବା ଦେଖିବାକୁ ମିଳିଛି । ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତାଘାଟରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ହାଡଭଙ୍ଗା ଶୀତରେ ଥରୁଛି ରାଉରକେଲା ସହର । ସଞ୍ଜ ନଇଁଲେ ଆରମ୍ଭ ହେ।ଇଯାଉଛି ଶୀତର ପକେ।ପ । ଆଉ ସକାଳୁ ଶୀତକୁ ଶୀଘ୍ର ଭେଦ କରିପାରୁନି ସୂର୍ଯ୍ୟ କିରଣ । ତାପମାତ୍ରା ୧୦ଡିଗ୍ରୀ ତଳେ ଥିବା ବେଳେ ଥଣ୍ଡା ପବନ କଳବଲ କରୁଛି । ତେବେ ରାଉରକେଲାର ଶୀତୁଆ ପରିବେଶ କାହା ପାଇଁ ସାଜିଛି ରୋମାଂଚକର ତ ଆଉ କାହା ପାଇଁ ଆଣିଛି କଷ୍ଟ ।

ଚାରିଆଡେ ଘନ କୁହୁଡି । ସତେ ଯେମିତି ଧଳା ଚାଦର ଘେ।ଡେଇ ହେ।ଇ ରହିଛି । ମୁହଁକୁ ମୁହଁ ଦେଖାଯାଉନି । ଏ ଦୃଶ୍ୟ ହେଉଛି ଷ୍ଟିଲ ସିଟି ରାଉରକେଲା ସହରର । ୧୦ଡିଗ୍ରୀ ତଳେ ରହିଛି ପାରଦ । ଦିନ ୧୧ଟା ଯାଏ ଶୀତର ପ୍ରକେ।ପ ଅନୁଭବ ହେଉଛି । ତଥାପି ଶୀତୁଆ ସକାଳକୁ ଉପଭେ।ଗ କରୁଛନ୍ତି ସହରବାସୀ । କିଏ ଯେ।ଗ, ପ୍ରାଣାୟମ କରୁଛନ୍ତି ତ କିଏ ଚା ପିଇ ଶୀତ ଛଡାଉଛନ୍ତି । ଆଉ କିଏ କିଏ ନିଆଁ ପୁଉଛି । ତେବେ ଗତ ୧୫ବର୍ଷ ହେଲା ଏଭଳି ଶୀତ ଦେଖିନଥିବା କହିଛନ୍ତି ସହରବାସୀ ।

ଶୂନଶାନ ସହର ଉପରେ ରାଜ କରୁଛି ଶୀତ । ଏହି ଚିତ୍ର ଦେଖିଲେ ଏଥର ଶୀତ କେତେ କଷ୍ଟ ଦେଉଛି ଆଉ କହିବା ଦରକାର ନାହିଁ । କିନ୍ତୁ ପେଟପାଟଣା ପାଇଁ ହାଡଭଙ୍ଗା ଶୀତରେ ରେଳ ଷ୍ଟେସନରେ ପଡି ରହିଛନ୍ତି ଏମାନେ । ସକାଳ ହେଲେ ଷ୍ଟେସନରେ ଦାନ୍ତ କାଠି ବିକିଲେ ଦି ପଇସା ମିଳିବ । ଏଇ ଆଶାରେ ଶୀତ କାକରରେ ପଡି ରହିଛନ୍ତି ।

   Related Posts