Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଆଗକୁ ଆହୁରି ଥଣ୍ଡାରେ ଥରିବ ସାରା ଓଡ଼ିଶା ; ଦକ୍ଷିଣ, କେନ୍ଦ୍ର ଓ ପଶ୍ଚିମ ଓଡ଼ିଶାରେ ଖସିବାରେ ଲାଗିଛି ପାରଦ

23/12/2018 at 9:58 AM

ଭୁବନେଶ୍ବର ୨୩|୧୨: ଆଗକୁ ଆହୁରି ଥଣ୍ଡାରେ ଥରିବ ସାରା ଓଡ଼ିଶା। ଏବେଠାରୁ ଦକ୍ଷିଣ, କେନ୍ଦ୍ର ଓ ପଶ୍ଚିମ ଓଡ଼ିଶାରେ ପାରଦ ଖସିବାରେ ଲାଗିଛି। ୨୬ ତାରିଖ ଭିତରେ ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିଯିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଆଦି ଜିଲ୍ଲାରେ ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଯୋଗୁଁ ଯାତାୟାତ ପ୍ରଭାବିତ ହୋଇପାରେ ।

କନ୍ଧମାଳରେ ଶୀତ ଲହରୀ ଲାଗି ରହିଛି । ଅପରାହ୍ନ ୪ଟାରୁ ପ୍ରକୋପ ଧୀରେ ଧୀରେ ବଢିଯାଉଛି । ଜନଜୀବନ ଏବେ ଅସ୍ତବ୍ୟସ୍ତ ହୋଇଛି । ଫୁଲବାଣୀର ତାପମାତ୍ରା ୭ ଡିଗ୍ରି ଓ ଦାରିଙ୍ଗବାଡିରେ ୮.୫ ରହିଛି । ପାଣିପାଗ ବିଜ୍ଞାନୀଙ୍କର କହିବା କଥା, ବର୍ତମାନ ସମୟରେ ଓଡ଼ିଶାର ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ୩.୧ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମ୍  ରହୁଛି । ବର୍ଷା ଛାଡ଼ି ଯାଇଥିବାରୁ ଥଣ୍ଡା ଅନୁଭୂତ ହେଉଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ହେଉଛି ।

୨୮ତାରିଖ ବେଳକୁ ଗୋଟିଏ ଦୁଇଟି ସ୍ଥାନରେ ପାରଦ ୫ ଡିଗ୍ରି ତଳକୁ ବି ଖସି ଆସିପାରେ । ଏବେ କେନ୍ଦ୍ରୀୟ ଭାରତରେ ଏକ ଗୁରୁଚାପ ସୃଷ୍ଟି ହୋଇଥିବାରୁ ଓଡ଼ିଶାକୁ ଉତ୍ତରା ଥଣ୍ଡା ପବନ ଆସିବାରେ ବାଧା ସୃଷ୍ଟି ହେଉଛି । ଏଣୁ ଆସନ୍ତା ତିନିଦିନ ଟିକିଏ କମ୍ ଥଣ୍ଡା ଅନୁଭବ ହେବ କିନ୍ତୁ ୨୬ ତାରିଖ ପରେ ପୁଣି ଉତ୍ତରା ପବନ ବୋହିବା ସହିତ ଶୀତ ବଢିବ ।

   Related Posts