ରାଜ୍ୟରେ ଶୀତ ଲହରୀ ; ୧୦ଡିଗ୍ରୀ ତଳେ ୧୦ସହରର ତାପମାତ୍ରା, ୨୬ରୁ ଆହୁରି ଖସିବ ପାରଦ

Published By : Prameya-News7 Bureau | December 24, 2018 IST

ଭୁବନେଶ୍ବର ୨୪|୧୨: ଜାଡ ମାଡରେ ଥରୁଛି ଓଡିଶା । ଅସମ୍ଭାଳ  ହେଉଛି ଶୀତ ପ୍ରକୋପ । ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଶୀତ ପ୍ରକୋପ ଅନୁଭୂତ ହେଉଛି । ଆଗକୁ ସ୍ଥିତି ଆହୁରି ସଙ୍ଗିନ ହେବ । ୨୬ ତାରିଖରୁ ପାରଦ ଆହୁରି ତଳକୁ ଖସିବ । ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଉତ୍ତର ଓଡିଶାରେ ଏବେ ତାପମାତ୍ରା ହାରାହାରିଠାରୁ ୪ରୁ ୫ ଡିଗ୍ରୀ କମ୍ ରହୁଛି। ଗତକାଲି ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି । ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ କେନ୍ଦୁଝରଗଡରେ ୭.୧ ଡିଗ୍ରୀ ରେକର୍ଡ କରାଯାଇଛି । ତାପଛକୁ ଦାରିଙ୍ଗବାଡିରେ ୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଶୀତ ଲହରି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.