ଭୁବନେଶ୍ବର ୨୬|୧୨: ସାରା ଓଡ଼ିଶାରେ ଶୀତ ଲହରୀ । ଜାଡରେ ଥରୁଛି ସାରା ଓଡିଶା । ଗାଁଠୁ ସହର ଉପାନ୍ତରୁ ଉପକୂଳ ସବୁଠି ହାଡଭଙ୍ଗା ଶୀତ । ଲଗାତାର ୪ଦିନ ହେଲାଣି ସାରା ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଛି । ୧୦ଡିଗ୍ରୀ ତଳେ ରହିଛି ରାଜ୍ୟର ୯ଟି ସହରର ସର୍ବନିମ୍ନ ତାପମାତ୍ରା । ଆହୁରି ୭ଦିନ ପର୍ଯ୍ୟନ୍ତ ଏଭଳି ପ୍ରକୋପ ଜାରି ରିହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ, କେନ୍ଦୁଝର, ବଡ଼ବିଲ, ସୁନ୍ଦରଗଡ଼, ଉଦଳାରେ ବି ଶୀତର ପ୍ରକୋପରେ ଅସ୍ତବ୍ୟସ୍ତ ଜନଜୀବନ । ଆଗକୁ ଆହୁରି ୨ ରୁ ୩ ଡିଗ୍ରୀ ପାରଦ ଖସିବା ଆଶଙ୍କା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
{"id":67272}ସେପଟେ ଉତ୍ତର ଭାରତରେ ମଧ୍ୟ ଶୀତ ଲହରୀ ପୂରା ଜନ ଜୀବନ ଅସ୍ତବ୍ୟସ୍ତ କରିଦେଇଛି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ ଆଦି ରାଜ୍ୟରେ ଶୀତ ଲହରି ସାଙ୍ଗକୁ କୁହୁଡି ପଡୁଥିବାରୁ ଜନଜବୀନ ପ୍ରଭାବିତ ହୋଇଚି । ଦିଲ୍ଲୀରେ ହାଡଭଙ୍ଗା ଶୀତ ସାଙ୍ଗକୁ ପ୍ରଦୂଷଣ ସହର ବାସୀଙ୍କୁ ଅଣନିଶ୍ବାସୀ କରିପକାଇଛି । ଏପରି ସ୍ଥଳେ ଲୋକଙ୍କୁ ବାହାରକୁ ନବାହାରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ।