ଲେଉଟିଲା ଶୀତ ; ଉପକୂଳରୁ ଉପାନ୍ତ ସବୁଆଡେ ହାଡଭଙ୍ଗା ଜାଡ, ୧୦ଡିଗ୍ରୀ ତଳେ୧୨ଟି ସହରର ତାପମାତ୍ରା

Published By : Prameya-News7 Bureau | January 18, 2019 IST

ଭୁବନେଶ୍ବର ୧୮|୧: ଲେଉଟିଲା ଶୀତ। ଉପକୂଳରୁ ଉପାନ୍ତ ସବୁଆଡେ ହାଡଭଙ୍ଗା ଜାଡ । ଫୁଲବାଣୀରୁ ବାଲେଶ୍ବର ସବୁଠି ପାରଦ ଖସୁଛି । ଫୁଲବାଣୀର ତାପମାତ୍ରା ପୁଣିଥରେ ୭ ଡିଗ୍ରୀ ତଳକୁ ଖସିଛି । ଅନୁଗୁଳ ଓ ଦାରିଙ୍ଗବାଡ଼ିରେ ୮ ଡିଗ୍ରୀ ସହ ୧୨ସହରରେ ତାପମାତ୍ରା ୧୦ଡିଗ୍ରୀ ତଳକୁ ଖସି ଆସିଛି । ଦୁଇ ଦିନରେ ସବୁ ସହରରେ ରାତିର ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଆସନ୍ତା ୨୦ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବ ।

{"id":75189}

ଅଧା ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିବା ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ଢେଙ୍କାନାଳ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ଶୀତ ପୂର୍ବ ଅବସ୍ଥାକୁ ଫେରିବ। ଗୋଟିଏ ଦୁଇଟି ସ୍ଥାନରେ ତୁଷାରପାତ ହେବାର ଆଶଙ୍କା ରହିଛି। ଦାରିଙ୍ଗବାଡ଼ି, ଫୁଲବାଣୀ, ଅନୁଗୁଳରେ ପୂର୍ବ ଭଳି ସ୍ଥିତି ହେବ। ପାରଦ ସର୍ବନିମ୍ନ ସ୍ତରକୁ ଛୁଇଁବ । ରାତିର ତାପମାତ୍ରା ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଦିନର ତାପମାତ୍ରା କିନ୍ତୁ ବଢ଼ିବ । କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ଉପରକୁ ଚାଲିଯିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.