Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଥରୁଛି ସାରା ଓଡ଼ିଶା ; ଲଗାତାର ଖସିବାରେ ଲାଗିଛି ପାରଦ, ଆଗକୁ ଆହୁରି ଜାରି ରହିବ ଜାଡ଼

27/12/2018 at 10:06 AM

ଭୁବନେଶ୍ବର ୨୭|୧୨:  ସାରା ରାଜ୍ୟରେ ଶୀତ ଲହରୀ ଜାରି । ଜାଡରେ ଥରୁଛି ସାରା ଓଡିଶା । ଗାଁଠୁ ସହର ଉପାନ୍ତରୁ  ଉପକୂଳ ସବୁଠି ହାଡଭଙ୍ଗା ଶୀତ । ଲଗାତାର ୫ଦିନ ହେଲାଣି ସାରା ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଛି । ୧୦ଡିଗ୍ରୀ ତଳେ ରହିଛି ରାଜ୍ୟର ୯ଟି ସହରର ସର୍ବନିମ୍ନ ତାପମାତ୍ରା । ଆହୁରି ସପ୍ତାହେ ପର୍ଯ୍ୟନ୍ତ ଏଭଳି ଶୀତ ପ୍ରକପୋ ଜାରି ରିହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

ଫୁଲବାଣୀ ସମେତ ସମଗ୍ର କନ୍ଧମାଳ, କେନ୍ଦୁଝର, ବଡ଼ବିଲ, ସୁନ୍ଦରଗଡ଼, ଉଦଳାରେ ବି ଶୀତର ପ୍ରକୋପରେ ଅସ୍ତବ୍ୟସ୍ତ ଜନଜୀବନ । ଆଗକୁ ଆହୁରି ୨ ରୁ ୩ ଡିଗ୍ରୀ ପାରଦ ଖସିବା ଆଶଙ୍କା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ, ଦାରିଙ୍ଗବାଡିରେ ୫.୫ଡିଗ୍ରୀ ରେକର୍ଡ କରାଯାଇଛି । ସକାଳ ୯ଟା ଯାଏ ଫୁଲବାଣୀ ସହର କୁଡୁଡି ଆଚ୍ଛାଦିକ ରହୁଛି । ଲୋକେ ଶୀତରୁ ରକ୍ଷା ପାଇବାକୁ  ନିଆଁଜାଳି ବସୁଛନ୍ତି । କୋରାପୁଟରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି । ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି । ଦିନ ୧୦ଟା ପୂର୍ବରୁ ଘରୁ ବାହାରିବା ସମ୍ଭବ ହେଉନି । ସେପଟେ  ଉତ୍ତର ଭାରତରେ ମଧ୍ୟ ଶୀତ ଲହରୀ ପୂରା ଜନ ଜୀବନ ଅସ୍ତବ୍ୟସ୍ତ କରିଦେଇଛି ।

 ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ ଆଦି ରାଜ୍ୟରେ ଶୀତ ଲହରି ସାଙ୍ଗକୁ କୁହୁଡି ପଡୁଥିବାରୁ ଜନଜବୀନ ପ୍ରଭାବିତ ହୋଇଛି । ଦିଲ୍ଲୀରେ ହାଡଭଙ୍ଗା ଶୀତ ସାଙ୍ଗକୁ ପ୍ରଦୂଷଣ ସହର ବାସୀଙ୍କୁ ଅଣନିଶ୍ବାସୀ କରିପକାଇଛି । ଏପରି ସ୍ଥଳେ ଲୋକଙ୍କୁ ବାହାରକୁ ନବାହାରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ।

   Related Posts