Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଅସହ୍ୟ ହେଲାଣି ଜାଡ ; ଆଗକୁ ମଧ୍ୟ ଜାରି ରହିବ ଶୀତ ଲହରୀ, ଦାରିଙ୍ଗିବାଡିରେ ତୁଷାରପାତ

31/12/2018 at 8:52 AM

ଭୁବନେଶ୍ବର ୩୧|୧୨:  ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ସବୁ ଅଞ୍ଚଳରେ ଶୀତ ସାଙ୍ଗକୁ ଥଣ୍ଡା ପବନରେ ଦେହ ହାତ କାଲୁଆ ହୋଇଯାଉଛି । ଅସହ୍ୟ ଥଣ୍ଡାରେ ସଂଧ୍ୟା ପରେ ଘରୁ ବାହାରିବା କଷ୍ଟ ହୋଇପଡୁଛି। ସେହିପରି ଦିନ ୧୧ଟା ପର୍ଯ୍ୟନ୍ତ କିଛି କାମଦାମ କରିବା କଷ୍ଟକର ହୋଇପଡୁଛି। ରବିବାର ୧୪ ସହରର ତାପମାତ୍ରା ୮ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରେ ତୁଷାରପାତ ଦେଖିବାକୁ ମିଳିଛି । ଜି. ଉଦୟଗିରିରେ ଦୁଇଦିନ ଧରି ତୁଷାରପାତ ହୋଇଛି। ସେଠାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ମଧ୍ୟରେ ରହୁଛି। ଫୁଲବାଣୀରେ ୩ ଡିଗ୍ରୀକୁ ଖସିଛି ତାପମାତ୍ରା । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ରେକର୍ଡ କରାଯାଇଛି।  ଆଗକୁ ଶୀତର ପ୍ରକୋପ ବଢିବା ସହିତ ପାରଦ ତଳକୁ ଖସିବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ ଜଣାପଡିଛି ।

   Related Posts