ଜାଡରେ ଥରୁଛି ସମଗ୍ର ଓଡିଶା, ଦାରିଙ୍ଗବାଡି ପରେ ଆଜି ଫୁଲବାଣୀରେ ବି ତୁଷାରପାତ

Published By : Prameya-News7 Bureau | December 31, 2018 IST

ଫୁଲବାଣୀ ୩୧|୧୨:  ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ କନ୍ଧମାଳ । ଦାରିଙ୍ଗବାଡ଼ିରେ ତୁଷାର ପାତ ହେଉଥିଲା । ଆଜି ଫୁଲବାଣୀରେ ବି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି ।ଥଣ୍ଡାରେ ଲୋକ ଥରୁଛନ୍ତି, ଏପଟେ ଜିଲ୍ଲାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରକୃତି କୋଳରେ ହଜିଯାଇଛନ୍ତି ସମସ୍ତେ । ବୁଲାବୁଲିର ସୁଖଦ ଅନୁଭୂତିକୁ ମୋବାଇଲ କ୍ୟାମେରାରେ ତୋଳି ଧରିବାକୁ ପଛାଉନାହାନ୍ତି କେହି ।

{"id":69108}

ଜାଡ ହାଡ ଭାଙ୍ଗି ଦେଲାଣି । ଥଣ୍ଡାରେ ଥର ଥର କନ୍ଧମାଳ । ଚଳିତ ବର୍ଷ ଶୀତ ପୁରା ରେକର୍ଡ ଭାଙ୍ଗିଲାଣି । ଦାରିଙ୍ଗିବାଡ଼ିରେ ତ ବରଫପାତ ହେଉଥିଲା । ଆଜି ଫୁଲବାଣୀରେ ବି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ତୁଷାରପାତ ଦେଖିଲେ ଲାଗୁଛି ଦେଖନ୍ତୁ  ଗାଡ଼ି ସିଟ୍‌ ଉପରେ, ଛାତ ଉପରେ ଯେମିତି କେହି ଧଳା ଚାଦର ଢାଙ୍କି ଦେଇଛି । ଜି.ଉଦୟଗିରି, ବେଲଘର, ସାରଙ୍ଗଡ, ଫିରିଙ୍ଗିଆ, କ.ନୂଆଗାଁ ଅଂଚଳରେ ମଧ୍ୟ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସକୁ ଖସି ଆସିବା ବରଫ ପାତ ହୋଇଛି । ଆକାଶ ଏମିତି  ମେଘମୁକ୍ତ ରହିଲେ ଆଗାମୀ ଦିନରେ ତାପମାତ୍ରା ଆହୁରି ତଳକୁ ଖସିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଆଜି ଫୁଲବାଣୀର ତାପମାତ୍ରା ୩ ଡିଗ୍ରୀ ସେଲସିୟସକୁ ଖସି ଆସିଥିବା ବେଳେ ଦାରିଙ୍ଗବାଡିରେ ପାରଦ ୨.୮ ଡିଗ୍ରୀ ସେଲସିୟସ ରହିଛି ।

{"id":69109}

ଏବେ ଛୁଟି ଚାଲିଥିବାରୁ ଶୀତର ମଜା ନେବାକୁ ଦାରିଙ୍ଗିବାଡିରେ ପର୍ଯ୍ୟଟକଙ୍କ ଭିଡ ଲାଗିଛି । ପରିବାର ସାଙ୍ଗ-ସାଥୀ ସହ ବଣଭୋଜି କରୁଛନ୍ତି । ପ୍ରକୃତିର ସୌନ୍ଦର୍ଯ୍ୟରେ ନିଜକୁ ହଜାଇ ସେଲଫି ନେବାରେ ବ୍ୟସ୍ତ ପର୍ଯ୍ୟଟକ । ଜଳପ୍ରପାତ, କଫି ବଗିଚା ସମସ୍ତଙ୍କ ମନମୋହୁଛି । ଅସମ୍ଭାଳ ଶୀତରେ କିଏ ନିଆଁ ପୁଉଁଛି ତ ପୁଣି କିଏ ବରଫପାତ ଦେଖିବାକୁ ଦାରିଙ୍ଗିବାଡ଼ି ଛୁଟିଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.