ଉପକୂଳରୁ ପଶ୍ଟିମ ଉତ୍ତରରୁ ଆଭ୍ୟନ୍ତରୀଣ ଚାରିଆଡେ ଶୀତ ଲହରୀ, ଜାଡରେ ଥରୁଛି ସାରା ଓଡିଶା
13/01/2020 at 8:50 PM

ଭୁବନେଶ୍ବର ୧୩।୦୧: ଜାଡରେ ଥରୁଛି ସାରା ଓଡିଶା । ଉପକୂଳ ରୁ ପଶ୍ଟିମ ଉତ୍ତରରୁ ଆଭ୍ୟନ୍ତରୀଣ ଚାରିଆଡେ ଶୀତ ଲହରୀ । ଆହୁରି ୨୪ଘଣ୍ଟା ପ୍ରବଳ ଶୀତ ଲହରି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ସୂଚନା ଦେଇଛି । ପରେ ଧିରେ ଧିରେ ତାମପାତ୍ରାରେ ବୃଦ୍ଧି ପାଇବ । ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ଡିଗ୍ରି ତଳେ ରହିଥିଲା । ପ୍ରବଳ ଜାଡ଼ ସହ ଘନ କୁହୁଡ଼ି ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।

ଆହୁରି ୨୪ଘଣ୍ଟା ଜଡ଼ସଡ଼ କରିବ ଜାଡ଼ । ଉପାନ୍ତରୁ ଉପକୁଳ ସବୁଠି ପ୍ରବଳ ଜାଡ ସାଙ୍ଗକୁ ଘନକୁହୁଡି ରାଜୁତି କରୁଛି । କେବଳ ଗରିବ ଗୁରୁବା ନୁହନ୍ତି ଜାଡ ମାଡରେ ଅଧିକାଂଶ ଲୋକ ଏବେ ବେହାଲ । ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ସୋନପୁର ଓ ଫୁଲବାଣୀର ତାପମାତ୍ରା ସର୍ବନିମ୍ନ ୬ଡିଗ୍ରି ତଳେ ରହିଛି । ଏହାସହ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରେକର୍ଡ କରାଯାଇଛି । ବିଶେଷ କରି ଫୁଲବାଣୀ, ଦାରିଙ୍ଗବାଡି ,ଜିଉଦୟଗିରି ସୋନପୁର ଆଦି ସ୍ଥାନରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଜି ଉଦୟଗିରି ସମେତ ଶିମିଳିପାଳରେ ଆଜି ତୁଷାରପାତ ଦେଖିବାକୁ ମିଳିଛି ।

ପ୍ରବଳ ଜାଡରେ ଅସ୍ତବ୍ୟସ୍ଥ ଜନଜୀବନ । ଥରୁଛି ସାରା କନ୍ଧମାଳ। ତାସାଙ୍ଗକୁ ଘନ କୁହୁଡିର ଆସ୍ତରଣ। କୋହଲା ପବନ ଜନଜୀନବକୁ ପ୍ରଭାବିତ କରିଛି । ସକାଳ ୧୦ଟା ଯାଏଁ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି । ଜିଲ୍ଲାର ଜି.ଉଦୟଗିରି, ରାଇକିଆ, କଳିଙ୍ଗା, ଦାରିଙ୍ଗବାଡି, ସିମନବାଡି ଅଂଚଳରେ ତୁଷାରପାତ ହୋଇଛି । ବିଶେଷ ଭାବେ ବେସାହାରା ଓ ଗରିବ ଗୁରୁବାଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଦୀର୍ଘ ୪ଦିନ ହେଲା ୯ଡିଗ୍ରୀ ତଳେ ରହୁଛି ପାରଦ ।

ଜାଡର ପ୍ରକୋପ ଗରିବ ଗୁରୁବାଙ୍କ ପାଇଁ ଅସହ୍ୟ ହୋଇଥିବା ବେଳେ ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଶୀତର ମଜା ଉଠାଉଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ।