ହାଡଭଙ୍ଗା ଶୀତରେ ଜୀବନ ଯାତ୍ରା ବେହାଲ : ଆଗକୁ ଆହୁରି ଖସିବ ପାରଦ

Published By : Prameya-News7 Bureau | December 28, 2019 IST

ନୂଆଦିଲ୍ଲୀ ୨୮/୧୨: ସାରା ଦେଶରେ ଜାରି ରହିଛି ଶୀତ ଲହରୀ । ହାଡଭଙ୍ଗା ଶୀତ ଜୀବନ ଯାତ୍ରା ବେହାଲ । ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁ ଆଗକୁ ଦୁଇ ତିନି ଦିନ ଧରି ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିଲ୍ଲୀର ଶୀତ ଏଥର ସବୁ ରେକର୍ଡ ଭାଙ୍ଗିଛି ।ନୂଆଦିଲ୍ଲୀରେ ପାରଦ ୧.୭ ଡିଗ୍ରୀକୁ ଖସିଆସିଛି। ରାଜ୍ୟରେ ଉପକୂଳରୁ ଉପାନ୍ତ ସୁବଠି ଶୀତର ପ୍ରକୋପ । ବଡବିଲ, ଉଦଳା, ଝାରସୁଗୁଡା,ପଦ୍ମପୁର, ସୁନ୍ଦରଗଡରେ ଅସମ୍ଭାଳ ଶୀତ ଅନୁଭୁତ ହେଉଛି।

{"id":203822,"sizeSlug":"large"}

ଗାଡି ଉପରେ ବରଫ ଆସ୍ତରଣ । ଏ ଦୃଶ୍ୟ କାଶ୍ମୀର କି ହିମାଚଳର ନୁହେଁ । ଏହା ହେଉଛି କେନ୍ଦୁଝର ବଡବିଲ ଅଞ୍ଚଳର ଦୃଶ୍ୟ । ଶୀତର ପ୍ରକୋପ ଏତେ ଯେ ଗାଡି ଉପରେ ବରଫର ଆସ୍ତରଣ । ଘାସ, ପତ୍ର, ନଡ଼ ସବୁଠି ରେ ବରଫର ଆସ୍ତରଣ ଜମିଯାଉଛି । ଜାଡ ଯୋଗୁଁ ହାଡ ବି ଥରି ଯାଉଛି । ଭୀଷଣ ଥଣ୍ଡା ଓ ଜାଡରେ ଥରଛି ପୂରା କେନ୍ଦୁଝର ।ଭୀଷଣ ଥଣ୍ଡା ଯୋଗୁ ଜନଜୀବନ ବେହାଲ ହୋଇଛି । ପାରଦ ୨ ଡିଗ୍ରୀ ତଳକୁ ଖସି ଆସିଛି । କେବଳ କେନ୍ଦୁଝର ନୁହେଁ ଉପକୂଳରୁ ଉପାନ୍ତ ଯାଏ ସବୁଠି ଥଣ୍ଡାର ପ୍ରକୋପ । ଉଦଳାରେ ପ୍ରବଳ ଶୀତ ଯୋଗୁ ଲୋକେ ବାହାରକୁ ବାହାରୁନାହାଁନ୍ତି । ସୁନ୍ଦରଗଡର କୋଇଡା ଓ ଟେନସା, ଝାରସୁଗୁଡାର ଲଇକେରା ସହ ବରଗଡ ଜିଲ୍ଲା ପଦ୍ମପୁରରେ ଅଞ୍ଚଳରେ ମଧ୍ୟ ବରଫର ଆସ୍ତରଣ ଦେଖିବାକୁ ମିଳିଛି ।

{"id":203823,"sizeSlug":"large"}

ଆଗକୁ ଦୁଇ ଦିନ ଧରି ଅସମ୍ଭାଳ ଶୀତ ଲହରି ଲାଗି ରହିବ ବୋଲି ଆଇଏମ୍‌ଡିର ସୂଚନା ପରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ମୂଳକ ପଦକ୍ଷେପ ନେବାକୁ  ନିର୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ସମସ୍ତ ବ୍ଲକ, ତହସିଲ, ଗ୍ରାମପଞ୍ଚାୟତକୁ ସମ୍ଭାବ୍ୟ ଶୀତ ଲହରୀ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି ଏସଆରସି। ଗରୀବ ଓ ନିରାଶ୍ରୟଙ୍କ ପାଇଁ  ରାତି ଆଶ୍ରୟସ୍ଥଳୀ ବ୍ୟବସ୍ଥା କରିବାକୁ କୁହାଯାଇଛି। ଆବଶ୍ୟକପଡିଲେ ସେମାନଙ୍କ ପାଇଁ ସ୍କୁଲ ଖୋଲିବାକୁ କୁହାଯାଇଛି । ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୪ ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି ।

{"id":203824,"sizeSlug":"large"}

ଦିଲ୍ଲୀରେ ଶୀତ ଏଥର ସବୁ ରେକର୍ଡ ଭାଙ୍ଗିଛି ।ଦିଲ୍ଲୀରେ ଲୋଧିରୋଡ୍‌ରେ ତାପମାତ୍ରା ୧.୭ ଡିଗ୍ରୀ ରେକର୍ଡ କରାଯାଇଛି ।ସେହିପରି ସଫଦରଜଙ୍ଗ ଏନକ୍ଲେଭ୍‌ରେ ୨.୪ ଡିଗ୍ରୀ, ପାଲମରେ ୩.୧ ଡିଗ୍ରୀ ଓ ଆୟା ନଗରରେ ତାପମାତ୍ରା ୧.୯ ଡିଗ୍ରୀ ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଉତ୍ତର, ପୂର୍ବ ଏବଂ ମଧ୍ୟ ଭାରତରେ ଆସନ୍ତା ଦୁଇ ଦିନ ଧରି ଶୀତଲହରୀର ପ୍ରକୋପ ଦେଖିବାକୁ ମିଳିବ । ଦୁଇ ଦିନ ଧରି ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ, ଉତ୍ତର ରାଜସ୍ଥାନକୁ ପ୍ରବଳରୁ ଅତିପ୍ରବଳ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି । ଜାନୁଆରୀ ୩ ଯାଏ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

{"id":203825,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.