ଆହୁରି ୨ଦିନ ଥରାଇବ ଶୀତ ,୩୦ରେ ହାଲକା ବର୍ଷା ପରେ ବଢ଼ିବ ଥଣ୍ଡା

Published By : Prameya-News7 Bureau | December 28, 2019 IST

ଭୁବନେଶ୍ବର ୨୮/୧୨: ଓଡ଼ିଶା ଆକାଶ ମେଘମୁକ୍ତ ରହିଛି। ଉତ୍ତର ଦିଗରୁ ପବନ ବୋହୁଛି । ଆଗାମୀ ୨ ଦିନ ପାଇଁ ଆହୁରି ଶୀତ ହେବ । ୩୦ ତାରିଖ ବେଳକୁ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବର୍ଷା ପରେ ଆହୁରି ଅଧିକ ଥଣ୍ଡା ପଡ଼ିବାର ସମ୍ଭାବନା ଅଛି ।

ୱେଷ୍ଟର୍ଣ୍ଣ ଡିଷ୍ଟବାନ୍ସ ଯୋଗୁଁ କୌଣସି ଲଘୁଚାପ ନାହିଁ । ପୁରୀ, ସୁନ୍ଦରଗଡ଼, ତାଳଚେର, ଦାରିଙ୍ଗିବାଡି ଭଳି ଅନେକ ଜିଲ୍ଲା ଗୁଡିକରେ ଘନ କୁହୁଡି ଦେଖା ଯିବ । ଆଭ୍ୟନ୍ତରୀଣ ଓଡିଶାରେ ୧୦ ରୁ ୧୧ ଡିଗ୍ରୀ ହଠାତ୍ କମିଥିବାବେଳେ ଉପକୂଳ ଓଡିଶାରେ ୪-୫ ଡିଗ୍ରୀ କମିବ ।

  ଆସନ୍ତାକାଲି ପାଇଁ ସିଭିୟର କୋଲଡ୍ଡ କଣ୍ଡିସନ୍ ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର , ଦେଓଗଡରେ ରହିବ । ଭୁବନେଶ୍ୱର ଓ କଟକରେ ମଧ୍ୟ କୋଲଡ୍ ୱେଭ ହେବାର ସମ୍ଭାବନା ଅଛି । ୧୦ ଡିଗ୍ରୀ ଛୁଇଁ ପାରେ । ୧୧ଟି ଷ୍ଟେସନରେ ୧୦ ଡିଗ୍ରୀ ତଳେ ପାରଦ ରହିଛି । କୃଷକଙ୍କ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣି ପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.