ବଢୁଛି ଥଣ୍ଡା : ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଖସୁଛି ପାରଦ, ଆସନ୍ତା ୩ ପର୍ଯ୍ୟନ୍ତ ଲାଗି ରହିବ ଜାଡ

Published By : Prameya-News7 Bureau | January 30, 2019 IST

ଭୁବନେଶ୍ବର ୩୦|୧:  ଥଣ୍ଡା ବଢ଼ୁଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ରାତିର ପାରଦ ସାମାନ୍ୟ ହ୍ରାସ ପାଇଛି। ଫେବ୍ରୁଆରୀ ୩ ପର୍ଯ୍ୟନ୍ତ ଥଣ୍ଡା ଲାଗିରହିବ। ଜାନୁଆରୀ ୩୦ ଓ ୩୧ ତାରିଖରେ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ।

{"id":79667}

ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏସବୁ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି କମିବ। ଆସନ୍ତା ୩ ପର୍ଯ୍ୟନ୍ତ ଲାଗି ରହିବ ଜାଡ । ଥଣ୍ଡା ପାଇଁ ପ୍ରସ୍ତୁତ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.