Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଦିଲ୍ଲୀରେ ଆଜି ସବୁଠୁ ବେଶୀ ଥଣ୍ଡା…ପାରଦ ୧.୭ ଡିଗ୍ରୀ ସେଲସିୟସ , ଜୀବନଯାତ୍ରା ଅସ୍ତବ୍ୟସ୍ତ

28/12/2019 at 1:34 PM

ନୂଆଦିଲ୍ଲୀ୨୮/୧୨ : ଶୀତରେ ଥରୁଛନ୍ତି ଦିଲ୍ଲୀ ବାସୀ । ଦିନକୁ ଦିନ ପାରଦ ଖସିଖସି ଚାଲିଛି ଆଉ ହାଡଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଜୀବନ । ଶନିବାର ଦିଲ୍ଲୀରେ ଅନୁଭୂତ ହୋଇଛି ରେକର୍ଡ ଶୀତ । ଚଳିତ ଶୀତ ଋତୁର ସବୁଠୁ ବେଶି ଥଣ୍ଡା ଶନିବାର ସକାଳେ ଦିଲ୍ଲୀରେ ଅନୁଭୂତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଶନିବାର ସକାଳ ୮ ଟା ୩୦ ମିନିଟ୍ରେ ଦିଲ୍ଲୀର ଲୋଧି ରୋଡରେ ତାପମାତ୍ରା ଥିଲା ୧.୭ ଡିଗ୍ରୀ ସେଲସିୟସ । ଯାହାକି ଚଳିତ ଶୀତ ଋତୁରେ ସର୍ବନିମ୍ନ ।

ତେବେ ସେହି ସମୟରେ ଆୟା ନଗରରେ ପାରଦ ୧.୯ ଡିଗ୍ରୀ ସେଲସିୟସରେ ଥିବା ବେଳେ ସଫଦରଜଙ୍ଗରେ ଥିଲା ୨.୪ ଡିଗ୍ରୀ ସେଲସିୟସ । ତେବେ ତଥ୍ୟ ଅନୁଯାୟୀ ୧୯୯୨ ଠାରୁ ଆଜି ସୁଦ୍ଧା ଶନିବାର ହିଁ ଦିଲ୍ଲୀରେ ସବୁଠୁ ଥଣ୍ଡା ଦିନ ହୋଇଛି । ଆୁ ଏକ ରେକର୍ଡ ଅନୁଯାୟୀ ୧୯୯୭ ପରଠୁ ଚଳିତ ଥର ଅଧିକ ଦିନ, ଅର୍ଥାତ୍ ୧୧ ଦିନ ଶୀତ ଲହର ଅନୁଭୂତ ହୋଇଛି । ଯାହାକି ଗତ ୨୨ ବର୍ଷ ମଧ୍ୟରେ ସର୍ବାଧିକ ।


ଦିଲ୍ଲୀ ବାସୀ ଦୀର୍ଘଦିନ ପରେ ଏକ ଭୟଙ୍କର ଶୀତ ସାମ୍ନା କରିଛନ୍ତି ।ତେବେ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଡିସେମ୍ବର ୩୧ ଠାରୁ ରାଜଧାନୀ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଦିଲ୍ଲୀ ସହ ନୋଇଡା, ଗାଜିଆବାଦ,ଗୁରୁଗ୍ରାମ ଓ ଫରିଦାବାଦରେ ଏପରି ହାଲକା ବର୍ଷା ହୋଇପାରେ । ତେବେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏପରି ପାଣିପାଗ ଜାରି ରହିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ପ୍ରବଳ ଥଣ୍ଡା ଯୋଗୁଁ ଏସବୁ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଥଣ୍ଡାକୁ କୁହୁଡି ସାଧାରଣ ଲୋକଙ୍କ ପାଇଁ ବେଶି ସମସ୍ୟା ହୋଇଛି ।

   Related Posts