Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ପ୍ରବଳ ଜାଡରେ ଥରୁଛି ଦିଲ୍ଲୀ ; ୩ ଡିଗ୍ରୀ ତଳେ ପାରଦ, ଫୁଟପାଥ୍‌ରେ ଦେଖିବାକୁ ମିଳୁଛି ଲୋମଟାଙ୍କୁରା ଦୃଶ୍ୟ

31/12/2018 at 10:16 AM

ନୂଆଦିଲ୍ଲୀ ୩୧|୧୨:  ଦିନରାତି କିମ୍ବା ଋତୁ ଯେମିତି ହେଇଥାଉ ନା କାହିଁକି ଦିଲ୍ଲୀ ପାଇଁ ସବୁ ସମାନ । କିନ୍ତୁ ଧନୀ ଆଉ ଗରିବଙ୍କ ପାଇଁ ଦିଲ୍ଲୀର ଚିତ୍ର ସଂପୂର୍ଣ୍ଣ ଅଲଗା ।ଗୋଟିଏ ପଟେ ଦିଲ୍ଲୀବାସୀ ଶୀତର ମଜା ନେଉଥିବା ବେଳେ ଅନ୍ୟପଟେ ହାଡଭଙ୍ଗା ଶୀତ ଗରିବ ଉପରେ ଦାଉ ସାଜୁଛି। ପାରଦ ୪ ଡିଗ୍ରୀରୁ କମ୍ ରହିଛି । ଦିଲ୍ଲୀର ଶୀତ ରାତିରେ ଫୁଟପାଥ୍ ଜୀବନର ଲୋମଟାଙ୍କୁରା ଚିତ୍ର ଦେଖିବାକୁ ମିଳିଛି ।

ଦିଲ୍ଲୀ କେବେ ଶୁଏନାହିଁ ଦିଲ୍ଲୀ ।ରାଜନୀତିର ପ୍ରାଣକେନ୍ଦ୍ର ଦିଲ୍ଲୀ । କିନ୍ତୁ ଏହି ଦିଲ୍ଲୀ ସମସ୍ତଙ୍କ ପାଇଁ ସମାନ ନୁହେଁ । ଶୀତରେ ଯେଉଁଠି ଗୋଟେ ପଟେ ଥରୁଛନ୍ତି ଦିଲ୍ଲୀର ଗରିବ ଲୋକ ଅନ୍ୟପଟେ ଶୀତର ବେଶ୍ ମଜା ନେଉଛନ୍ତି ରାଜଧାନୀ ବାସିନ୍ଦା । ଇଣ୍ଡିଆ ଗେଟ୍ ରେ ଶୀତ ରାତିରେ ବି ମେଳା ଲାଗିଛି । କିଏ ଆଇସକ୍ରିମ୍ ତ କିଏ ଚା କଫି ଆଉ କିଏ ମକା ଖାଉଛି । ଶୀତ ରାତିର କୋପରୁ ବଞ୍ଚିବାକୁ ଲୋକଙ୍କ ପାଖରେ ଉପାୟ ନାହିଁ । ହାଡ଼ଭଙ୍ଗା ଶୀତରେ ଆଖିକୁ ଏମାନଙ୍କର ନିଦ ବି ନାହିଁ। କିଏ ଫୁଟପାଥ୍ ରେ ପାଲ ଟାଣି ତ କିଏ ଚାଦର ଉପରେ, କିଏ ଜରି ଅଖା ପାରି ହୋଇ ଶୋଇଛି ତ ଆଉ କିଏ ରିକ୍ସା ଉପରେ ଶୋଇ ରହୁଛି । ଦିଲ୍ଲୀର ଫୁଟପାଥ୍ ଏମିତି ଅନେକ ସଂଘର୍ଷର ସାକ୍ଷୀ ।

ଶୀତ ରାତିରେ ଷ୍ଟେସନ ବାହାରେ ହଇରାଣ ହେଉଛନ୍ତି ଲୋକ । କୁହୁଡ଼ି ଯୋଗୁଁ ଟ୍ରେନ୍ ବାତିଲ ହୋଇଛି, ବାହାରେ ଶୀତରେ ଶୋଇବାକୁ ବାଧ୍ୟ ଗରିବ ଯାତ୍ରୀ । ଦିଲ୍ଲୀ ଏମ୍ସକୁ ଦୂରଦୁରାନ୍ତରୁ ଆସିଥିବା ଲୋକଙ୍କ ଦୟନୀୟ ଅବସ୍ଥା। ମେନ୍ ଗେଟ୍ ବାହାରେ କିଏ ପାଲ ଟାଣିଛି ତ କିଏ ଜରି ଅଖା ଘୋଡ଼େଇଛି। କିଏ ନିଜ ଛୋଟ ଛୁଆକୁ ଥଣ୍ଡାରୁ ବଂଚାଇବାକୁ ଚେଷ୍ଟା କରୁଛି। ବୁଢୀଟିଏ ବିକଳାଙ୍ଗ ସ୍ବାମୀର ଚିକିତ୍ସା ପାଇଁ ପଡି ରହିଛି ଏ ହାଡଭଙ୍ଗା ଶୀତରେ ।

   Related Posts